ଏଣିକି ଜିଓ ୟୁଜରଙ୍କୁ ମିଳିବନି ଅସୀମ ଭଏସ କଲ ! ଜାଣନ୍ତୁ ଏହାର କାରଣ

39

ଭୋଲଟି ନେଟଓ୍ଵାର୍କରେ ଅନଲିମିଟେଡ୍ କଲ୍ ଫିଚରର ଅପବ୍ୟବହାର କରୁଥିବା କେତେକ ବ୍ୟବହାରକାରୀଙ୍କ ଦୈନିକ କଲର ସମୟସୀମାକୁ ରିଲାଏନ୍ସ ଜିଓ ୩୦୦ ମିନିଟରେ ସୀମିତ ରଖିଲା ପରି ମନେ ହେଉଛି । ଏହି ସୀମା ସବୁ ବ୍ୟବହାରକାରୀଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ; କେବଳ ଧରାପଡ଼ିଥିବା ନେଟଓ୍ଵାର୍କ ଅପବ୍ୟବହାରକାରୀଙ୍କ ନିମନ୍ତେ ।

କେତେକ ବ୍ୟବହାରକାରୀଙ୍କ ନିମନ୍ତେ ଅସୀମିତ କଲର ସମୟସୀମା ୩୦୦ ମିନିଟରେ ସୀମିତ ରଖାଯାଉଥିବା କଥା ଜିଓ ପ୍ରାୟୋରିଟି ଟିମ୍ ଟେଲିକମଟକକୁ ନିଶ୍ଚିତ କରି କହିଛି । କେତେକ ବ୍ୟବହାରକାରୀ ଜିଓ ଭଏସ୍ କଲ୍ ସୁଯୋଗର ଅପବ୍ୟବହାର କରୁଛନ୍ତି ବୋଲି କୁହାଯାଉଥିବା ଏହା ପଛର କାରଣ। ପ୍ରଚାର କଲ୍ ସମେତ ଏହି ଅପବ୍ୟବହାରକାରୀମାନେ ଦୈନିକ ୧୦ ଘଣ୍ଟାରୁ ଅଧିକ ସମୟ ଅସୀମିତ କଲର ଉପଯୋଗ କରୁଛନ୍ତି ।

ଜିଓ ବ୍ୟବହାରକାରୀମାନେ ଏହି ଫିଚରର ମାତ୍ରାଧିକ ବ୍ୟବହାର ନ କରନ୍ତୁ କିଂବା ଜିଓ କଲିଙ୍ଗ୍ ଫିଚରକୁ ଶୋଷଣ ନ କରନ୍ତୁ । ଏହି ଉଦ୍ଦେଶ୍ୟରେ କମ୍ପାନି ଭଏସ୍ କଲକୁ ସୀମିତ କରିଛି । ଏଣିକି ଦୈନିକ ଭଏସ୍ କଲ୍ ଉପରେ କଟକଣା ଲାଗୁ କରାଯିବା ପରି ଜଣାପଡୁଛି । ଏଥିପାଇଁ ସାପ୍ତାହିକ ସୀମା ନ ଥିବା ପରି ମଧ୍ୟ ଜଣାପଡୁଛି ।

ଏହି ନେଟଓ୍ଵାର୍କରେ ଜିଓ ପୂର୍ବରୁ ଫୋରଜି ଡାଟା ଉପରେ ଯେମିତି କଟକଣା ଲାଗୁ କରିଥିଲା ଭଏସ୍ କଲକୁ ସୀମିତ କରିବା ଠିକ୍ ସେମିତି ବୋଲି ଜଣାପଡୁଛି । ସେପ୍ଟେମ୍ବର ୨୦୧୬ରେ ଲଞ୍ଚ୍ ହେବା ସମୟରେ ଜିଓ ଗ୍ରାହକମାନଙ୍କୁ ମାଗଣା ଅସୀମିତ ଫୋରଜି ଡାଟା ଅଫର୍ କରିଥିଲା। କିନ୍ତୁ, ଖୁବ୍ ଶୀଘ୍ର ଗ୍ରାହକମାନେ ଗିଗାବିଟସ୍ ପରେ ଗିଗାବିଟସ୍ ଡାଉନଲୋଡ୍ କରି ଅସୀମିତ ଡାଟା ଫିଚରର ଅପବ୍ୟବହାର କରିଥିଲେ । ଫଳତଃ ଜିଓ ଗ୍ରାହକମାନଙ୍କ ପାଇଁ ଦୈନିକ ଫୋରଜି ଡାଟା ବ୍ୟବହାରକୁ ୧ ଜିବିରେ ସୀମିତ କରିଥିଲା। ତଥାପି ଅସୀମିତ ଡାଟା ମିଳୁଥିଲେ ମଧ୍ୟ ଥରେ ଜଣେ ଗ୍ରାହକ ୧ ଜିବି ଡାଟା ବ୍ୟବହାର କରି ସାରିବା ପରେ ତାହାର ବେଗ ୧୦୦ କେବିପିଏସକୁ ହ୍ରାସ ପାଉଛି ।

ସେ ଯାହାହେଉ, ଡାଟା ସୀମିତ କରିବା ଏବଂ ୩୦୦ ମିନିଟ୍ ଭଏସ୍ କଲ୍ ସୀମିତ କରିବା ମଧ୍ୟରେ ବଡ଼ ତଫାତ ହେଉଛି ଯେ ପୂର୍ବର କଟକଣା ସମସ୍ତ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିଥିବାବେଳେ ସଦ୍ୟତମ କଟକଣା କେବଳ ନିର୍ବାଚିତ ବ୍ୟବହାରକାରୀଙ୍କ ପ୍ରତି ଲାଗୁ ହେଉଛି । ଜିଓରେ ଆପଣଙ୍କ କଲ୍ ସୀମିତ କରାଯିବ କି, ନାହିଁ ତାହା ଜାଣିବାକୁ ସମ୍ପ୍ରତି କୌଣସି ଗାଇଡଲାଇନ୍ ନାହିଁ । କେବଳ ଅପବ୍ୟବହାରକାରୀଙ୍କ କଲ୍ ସୀମିତ କରାଯିବ । ହେଲେ ଏହି ଅପବ୍ୟବହାର କ’ଣ ତାହା ସ୍ପଷ୍ଟ କରାଯାଇ ନାହିଁ । ପ୍ରଶ୍ନ ଉଠୁଛି କେଉଁ ବ୍ୟବହାରକାରୀମାନେ ଏହି ସୀମିତ ଭଏସ୍ କଲିଙ୍ଗ୍ ସୁବିଧାରେ ଆସୁଛନ୍ତି ? ରିପୋର୍ଟରେ ଦର୍ଶାଯାଇଛି ଯେ, ଯେଉଁମାନେ ଦୈନିକ ୧୦ ଘଣ୍ଟାରୁ ଅଧିକ ସମୟ ଭଏସ୍ କଲ୍ କରୁଛନ୍ତି ସେମାନେ ଏହି ବର୍ଗରେ ଆସୁଛନ୍ତି । ଜଣେ ବ୍ୟବହାରକାରୀଙ୍କ ପାଇଁ ସର୍ବାଧିକ କେତେ ସମୟ ସୀମା କେତେ ତାହା ମଧ୍ୟ ରହସ୍ୟମୟ ହୋଇ ରହିଛି।

ଇତି ମଧ୍ୟରେ ଜିଓ ଜିଓଫାଇ ହଟସ୍ପଟ୍ ଡଙ୍ଗେଲର ଫେଷ୍ଟିଭ୍ ଅଫରର ସମୟ ସୀମା ବଢ଼ାଇ ଦେଇଛି । ବାସ୍ତବ ମୂଲ୍ୟ ୧୯୯୯ ଟଙ୍କା ପରିବର୍ତ୍ତେ ଲୋକେ ଏହାକୁ ୯୯୯ ଟଙ୍କାରେ ଖରିଦ କରି ପାରିବେ।
ସୌଜନ୍ୟ: ଦୈନିକ ଭାସ୍କର