ହୁସିଆର ! ବଜାରକୁ ଆସିଲା ପ୍ଲାଷ୍ଟିକ୍ ଅଟା, ସୋସିଆଲ ମିଡିଆରେ ଘୂରି ବୁଲୁଛି ନକଲି ଅଟାର ଅସଲି ଭିଡିଓ, ଜାଣନ୍ତୁ ଆପଣ ଖାଉଥିବା ଅଟା ଅପମିଶ୍ରିତ ନୁହେଁ ତ

69

କିଛି ଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ କ୍ଲିପ୍ । ଯାହାକି ଅଟା ତଥା ପ୍ଲାଷ୍ଟିକ ଅଟାର ବୋଲି ଜଣାପଡୁଛି ଆଉ ଏହି ଭିଡିଓଟିର ସତ୍ୟତା କେତେ ରହିଛି ସେ ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ପ୍ରକୃତ ଘଟଣାଟି ହେଲା, ନିକଟରେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ତଥା ଲୋକଙ୍କ ମଧ୍ୟରେ କୋକୂଆ ଭୟ ସୃଷ୍ଟି କରିିଥିବା ପ୍ଲାଷ୍ଟିକ ଅଟାର ଭିଡିଓର ବାସ୍ତବରେ ଏକ ଫେକ୍ ଭିଡିଓ ଅଟେ । ଅଟାରେ କୌଣସି ପ୍ରକାରର ଅପମିଶ୍ରଣ କିମ୍ବା ବଜାରରେ ପ୍ଲାଷ୍ଟିକ ଅଟା ମିଳିବା ଘଟଣା ସଂପୂର୍ଣ୍ଣ ରୂପେ ମିଥ୍ୟା ଅଟେ । ବିଶେଷ କରି ସର୍ବାଦୁତ ଆର୍ଶୀବାଦ ଅଟାକୁ ନେଇ ଉଠିଥିବା ଗୁଜବଟି ପୂରାପୂରି ମିଥ୍ୟା ଅଟେ । ତେବେ ଏକଥା ଆମେ କହୁନାହୁଁ ଖୋଦ କଂପାନୀ ଏବଂ ଖାଦ୍ୟ ସୁରକ୍ଷା ମନ୍ତ୍ରାଳୟ ଦୃଢ ପ୍ରମାଣ ସହ ଯୁକ୍ତି ବାଢିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଗତବର୍ଷ ଜୁଲାଇ ମାସ ବେଳକୁ ବଜାରରେ ନକଲି ଅଟା ତଥା ପ୍ଲାଷ୍ଟିକ୍ ଅଟା ମିଳିବା ନେଇ ଏକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ଓ ପରେ ପଶ୍ଚିମ ବଙ୍ଗର ଏକ ଆଂଚଳିକ ଟିଭି ଚ୍ୟାନେଲରେ ମଧ୍ୟ ପ୍ରସାରଣ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ହଟାଇ ଦିଆଯାଇଥିଲା । ହେଲେ ଏହା ପରେ ପରେ ଦେଶରେ କୋଣ ଅନୁକୋଣରେ ବି ଏହି ଖବରଟି ଖେଳିଯାଇଥିଲା । ଯାହା ପରେ ବେଙ୍ଗାଲୁରୁର ସିଟି କୋର୍ଟ ଏନେଇ କ୍ଷୋଭ ପ୍ରକାଶ କରିବା ସହ ଏପ୍ରକାରର ଭିଡିଓ ପ୍ରସାରଣ କରିବା ଉପରେ କଟକଣା ଜାରି କରିଥିଲା ।

ତେବେ ମୂଳ କଥା ହେଲା, ଭିଡିଓରେ ଦର୍ଶାଯାଉଥିଲା ଯେଉଁ ତତ୍ୱକୁ ପ୍ଲାଷ୍ଟିକ ବୋଲି କୁହାଯାଉଛି ତାହା ବାସ୍ତବରେ ଏକ ଧଳା ରଙ୍ଗର ପ୍ରୋଟିନ । ଯାହାକୁ ଅଟାରେ ମିଶାଇବାକୁ ଫ୍ରୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ଏଫଏସଏସଆଇର ମାନକ ମୁତାବକ ମିଶାଯାଇଥାଏ । ରେଗୁଲେଟର ମୁତାବକ, ଅଟାରେ ସର୍ବନିମ୍ନ ୬ ପ୍ରତିଶତ ଗ୍ଲୁଟେନ ମିଶାଇବା ନିହାତି ଆବଶ୍ୟକ । ଯେଉଁଭଳି ପ୍ରକାରର ଭିଡିଓ ଆର୍ଶୀବାଦ ଅଟାକୁ ନେଇ ସୋସିଆଲ ମିଡିଆରେ ଘୂରି ବୁଲୁଛି , ତାକୁ ରୋକିବାକୁ କୋର୍ଟ ପକ୍ଷରୁ କଟକଣା ଜାରି କରାଯାଇଛି ।

ସେହିପରି ଗବେଷକଙ୍କ ମତରେ, ଅଟାରେ ମିଶାଯାଉଥିବା ଏହି ଧଳା ରଙ୍ଗର ପ୍ରୋଟିନକୁ ଗ୍ଲୁଟେନ ବୋଲି କୁହାଯାଏ । ଯାହାକୁ ଅଟାକୁ ବାନ୍ଧି ରଖିବାରେ ସହାୟକ କରିଥାଏ । କାରଣ ଯଦି ଅଟାରେ ଏହାକୁ ମିଶା ନ ଯାଏଁ ତେବେ ରୁଟି ତିଆରି କରିବା ଅସମ୍ଭବ ଅଟେ । ତେବେ ଅଟାକୁ ରବର ଭଳି କରିବା ପାଇଁ ସେଥିରେ ଗ୍ଲୁଟେନ ବ୍ୟବହାର କରାଯାଇଥାଏ ।