୧୦ମ ପାସଙ୍କ ପାଇଁ ଇଣ୍ଡିଆନ ନାଭିରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ମାସିକ ଦରମା ୨୧ ହଜାରରୁ ବି ଅଧିକ, ଆବେଦନ ଶୁଳ୍କ ସଂପୂର୍ଣ୍ଣ ମାଗଣା

174

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ନାଭିକ୍ (ଡେମୋଷ୍ଟିକ୍ ବ୍ରାଂଚ)ର ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଯଦିଓ ପଦବୀ ସଂଖ୍ୟା ସଂପର୍କିତ ସେଭଳି କୌଣସି ତଥ୍ୟ ଏଯାବତ୍ ହସ୍ତଗତ ହୋଇପାରିନାହିଁ ତେବେ ଆଶାୟୀପ୍ରାର୍ଥୀ ନିମ୍ନରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଆବେଦନ କରିପାରିବେ ।

ପଦବୀ ସଂପର୍କିତ ଖବର

ପଦବୀ ସଂଖ୍ୟା ସଂପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ସୂଚନା ମିଳିପାରି ନାହିଁ । ଅଧିକ ସୂଚନା ପାଇଁ ନିଯୁକ୍ତି ସମ୍ବନ୍ଧିତ ବିଜ୍ଞପ୍ତି ଚେକ୍ କରିପାରିବେ ।

ଯୋଗ୍ୟତା

ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛା ରଖିଥିବା ତଥା ଇଚ୍ଛୁକ ଆଶାୟୀପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା, ସେ କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ୧୦ମ ଶ୍ରେଣୀରେ ୫୦ ପ୍ରତିଶତ ମାର୍କ ସହିତ ପାସ କରିଥିବା ଦରକାର ।

ବୟସସୀମା

ଆଶାୟୀପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ରଖାଯାଇଥିବା ବେଳେ ସର୍ବାଧିକ ବୟସ ୨୨ ବର୍ଷ ହୋଇଥିବା ଦରକାର ।

ଦରମା

ମାସିକ ଦରମା ୨୧,୭୦୦ ଟଙ୍କା ।

ଆବେଦନ ଶୁଳ୍କ

ନିଶୁଃଳ୍କ

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆଶାୟୀପ୍ରାର୍ଥୀ ଆବେଦନ ୧୪ ଅକ୍ଟୋବରରୁ କରିପାରିବେ । ତେବେ ଆବେଦନ କରିବାର ଶେଷ ତାରିଖ ୨୯ ଅକ୍ଟୋବର ୨୦୧୮ ।

ଚୟନ ପ୍ରକ୍ରିୟା

ଆଶାୟୀପ୍ରାର୍ଥୀଙ୍କ ଚୟନ ଉଭୟ ଲିଖିତ ଏବଂ ଶାରୀରିକ ତଥା ସ୍ୱାସ୍ଥ୍ୟ ପରିକ୍ଷା ଆଧାରରେ କରାଯିବ ।

କିଭଳି କରିବେ ଆବେଦନ

ଆଶାୟୀପ୍ରାର୍ଥୀ ଇଣ୍ଡିଆନ କୋଷ୍ଟ ଗାର୍ଡର ଆଧିକାରୀକ ୱେବସାଇଟ www.joinindiancoastguard.gov.inକୁ ଯାଇ ଆବେଦନ କରିପାରିବେ ।

ଚାକିରୀ କରିବା ସ୍ଥାନ

ସାରା ଭାରତ