ବ୍ୟାଙ୍କ ଖାତାକୁ ଆସୁଛି କି ଗ୍ୟାସ୍ ସବସିଡି ? ତେବେ ଆପଣଙ୍କ ପାଇଁ ଜରୁରୀ ସୂଚନା, ଅଣଦେଖା କଲେ ପଡିପାରନ୍ତି ଅସୁବିଧାରେ

146

ଆପଣଙ୍କୁ ପ୍ରାୟତଃ ଜଣାଥିବ କି ମୋଦି ସରକାରଙ୍କ ଦ୍ୱାରା ପ୍ରଦତ୍ତ ଗ୍ୟାସ ସିଲିଣ୍ଡର ଉପରେ ସବସିଡି ମଧ୍ୟ ମିଳିଥାଏ । ଯାହାକୁ ଯୋଗ୍ୟହିତାଧୀକାରୀଙ୍କ ପାଇଁ ଉପଲବ୍ଧ କରାଯାଇଛି । ଆଉ ମୋଦି ସରକାରଙ୍କ ଏହି ସୁବିଧାର ଲାଭ ଏବେ ଲକ୍ଷାଧିକ ଜନତା ଉଠାଇଛନ୍ତି । ହେଲେ ଏଭଳି ଅନେକ ଲୋକ ବି ରହିଛନ୍ତି ଯେଉଁମାନେ କି ସବସିଡି ବାଲା ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି ସତ କିନ୍ତୁ ସେମାନଙ୍କୁ ଜଣା ନାହିଁ କି ସେମାନଙ୍କ ବ୍ୟାଙ୍କ ଖାତାରେ ସବସିଡି ଆସୁଛି କି ନାହିଁ ?

ଯଦି ଆପଣଙ୍କ ବ୍ୟାଙ୍କ ଖାତାରେ ବି ସବସିଡି ଆସିପାରୁ ନାହିଁ । ତେବେ ଏଥିପାଇଁ ଆପଣ ଆଦୌ ବିଚଳତି ହୁଅନ୍ତୁ ନାହିଁ । ଏଥିସହିତ ହିଁ ନା ହିଁ ଆପଣଙ୍କୁ କେଉଁ ଗ୍ୟାସ ଏଜେନ୍ସିଙ୍କ ପାଖକୁ ଦୌଡିବାକୁ ପଡିବ । କାହିଁକି ନା ଆଜି ଆମେ ଆପଣଙ୍କୁ ଯେଉଁ ତରିକାଟି ଜଣାଇବାକୁ ଯାଉଛୁ, ତାହା ଦ୍ୱାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇପାରିବ । ଆଜ୍ଞା ହଁ ! ଆପଣ ଘରେ ବସି ଜାଣିପାରିବେ କି ଆପଣଙ୍କ ବ୍ୟାଙ୍କ ଖାତାକୁ ଗ୍ୟାସ ସବସିଡି ଆସୁଛି କି ନାହିଁ , ଆଉ ଯଦି ଆସୁଛି ତେବେ କେତେ ଟଙ୍କା ଆସୁଛି? ଏହି ସବୁ ପ୍ରଶ୍ନର ଉତର ଆପଣ ଆପଣଙ୍କ ଘରେ ବସି ହିଁ ଜାଣିପାରିବେ । ତେବେ କିଭଳି ଆସନ୍ତୁ ଜାଣିବା…

• ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ଏଲପିଜିର ଅଫିସିଆଲ ୱ୍ୱେବସାଇଟ୍ ତଥା www.mylpg.inକୁ ଯିବାକୁ ପଡିବ ।

• ଆଉ ଏହି ପେଜରେ ତିନୋଟି ପେଟ୍ରୋଲିୟମ ଓ ଗ୍ୟାସ କମ୍ପାନୀର ନାମ ହୋମ ପେଜରେ ଦେଖିବାକୁ ପାଇବେ ।

• ଆପଣଙ୍କ ଯେଉଁ କମ୍ପାନୀର ଗ୍ୟାସ କନେକ୍ସନ ରହିଛି, ସେଥିରେ କ୍ଲିକ କରନ୍ତୁ । ତା’ପରେ ଫିଡବ୍ୟାକର ବିକଳ୍ପ ଦେଖାଯିବ । ଏଥିରେ ମଗାଯାଇଥିବା ବିବରଣୀ ପୁରଣ କରନ୍ତୁ ।

• ଫିଡବ୍ୟାକରେ ଆପଣଙ୍କୁ ଆପଣଙ୍କ ପଂଜିକୃତ ମୋବାଇଲ ନମ୍ବର ଓ ଏଲପିଜିର ଆଇଡି ପୂରଣ କରିିବାକୁ ପଡିବ । ଏହାଦ୍ୱାରା ଜଣାପଡିଯିବ ଯେ ଗ୍ୟାସ ସବସିଡି ଖାତରେ ଜମା ହେଉଛି କି ନାହିଁ ।

• ଯଦି ଦିଆଯାଇଥିବା ସୂଚନା ଭୁଲ ଏବଂ ଆପଣଙ୍କ ସବସିଡି ଆଉ କାହା ପାଖକୁ ଯାଉଛି ତେବେ ତୁରନ୍ତ ଆପଣ ଅଭିଯୋଗ କରନ୍ତୁ । ୱେବସାଇଟରେ ଆପଣଙ୍କୁ ଅଭିଯୋଗ କରିବା ପାଇଁ ବିକଳ୍ପ ମିଳିବ ।

• ଏହା ବ୍ୟତୀତ ଆପଣ ଟୋଲ ଫ୍ରି ନମ୍ବର ୧୮୦୦୨୩୩୩୫୫୫ ରେ ମଧ୍ୟ କଲ କରି ଅଭିଯୋଗ କରିପାରିବେ ।