ଭାରତୀୟ ସଂବିଧାନରେ ପଶୁପକ୍ଷୀଙ୍କୁ ବି ମିଳିଥାଏ ମଣିଷ ଭଳି ଅଧିକାର ! ଆଘାତ କଲେ ହୋଇପାରେ ଜେଲ ଦଣ୍ଡାଦେଶ ।

31

ଭାରତୀୟ ସଂବିଧାନ ପ୍ରତିଟି ନାଗରୀକକୁ ବଞ୍ଚିବାର ଅଧିକାର ଦେଇଥିବା କଥା ତ ଆପଣମାନେ ଅନେକ ଥର ଶୁଣିଥିବେ । କିନ୍ତୁ ଭାରତୀୟ ସଂବିଧାନ ପଶୁ ପକ୍ଷି ମାନଙ୍କୁ ମଧ୍ୟ ବଞ୍ଚିବାର ହକ ଦେଇଛନ୍ତି । ଯଦି କୌମସି ବ୍ୟକ୍ତି ଏହି ଜୀବମାଙ୍କ ଜୀବନରେ ବାଧକ ସୃଷ୍ଟି କରେ ତେବେ ସମ୍ବିଧାନର ନିୟମ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ । ଏପରି ଅନେକ ଜୀବ ଅଛନ୍ତି ଯାହାଙ୍କୁ ମାରିଲେ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ ।

ବନ୍ୟ ଜୀବ ସଂରକ୍ଷଣ ଆଇନ କଣ ?

ପଶୁପକ୍ଷୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ଭାରତ ସରକାର ୧୯୭୨ରେ ଭାରତୀୟ ବନ୍ୟ ଜୀବନ ସଂରକ୍ଷଣ ଅଧିନିୟମ ପାରିତ କରିଥିଲେ । ଏହାର ପ୍ରକୃତ ଉଦେଶ୍ୟ ଥିଲା ଜଙ୍ଗଲି ଜୀବମାନଙ୍କ ଅବୈଦ୍ଧ ଶିକାର, ମାଂସ ଏବଂ ଚମଡା ବ୍ୟାପାର ଉପରେ ରୋକ ଲଗାଇବା । ପରେ ୨୦୦୩ରେ ଏହି ନିୟମକୁ ସଂସୋଧନ କରାଯାଇ ଏହାର ନାମ ଭାରତୀୟ ବନ୍ୟ ଜୀବ ସଂରକ୍ଷଣ ଅଧିନିୟମ ୨୦୦୨ ରଖି ଦିଆଗଲା । ଏଥିସହିତ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଦଣ୍ଡ ଏବଂ ଜୋରିମାନାକୁ ଅଧିକରୁ ଅଧିକ ବୃଦ୍ଧି କରି ଦିଆଯାଇଥିଲା ।

ଅନୁସୁଚି-୧ ଧାରା ଅନୁଯାୟୀ, ଘସୁରି, ହରିଣ, ମାଙ୍କଡ, ଭାଲୁ, ଚିଙ୍ଗାରା, କଲରା ପତ୍ରିଆ ବାଘ, ବିଲୁଆ, କୋକିସିଆଳି, ଡଲଫିନ, ଜଙ୍ଗଲି ବିଲେଇ, ବାରାସିଂଘା, ଜଙ୍ଗଲି କୁକୁର ଆଦି ଜୀବଙ୍କୁ ମାରିଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇପାରେ ।