+୨ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଚାକିରି ପାଇବାର ସୁବର୍ଣ୍ଣସୁଯୋଗ: ମାସକୁ ମିଳିପାରେ ୬୭ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

50

ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତରାଖଣ୍ଡରେ ସରକାରୀ ଚାକିରି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଉତ୍ତରାଖଣ୍ଡ ଅଧିନସ୍ଥ ସେବା ଚୟନ ଆୟୋଗ ତଥା (uksssc) ଫରେଷ୍ଟଗାର୍ଡ ପଦବୀ ପାଇଁ ସିଧାସଳଖ ନିଯୁକ୍ତି ଆଧାରରେ ୨୦୧୮ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଯାହାର ନୋଟିଫିକେସନ ଆପଣଙ୍କୁ ଏହାର ୱେବସାଇଟ୍ ତଥା www.sssc.uk.gov.in  କୁ ପାଇପାରିବେ ।

ପଦବୀ ସଂପର୍କିତ ତଥ୍ୟ: ଫରେଷ୍ଟ ଗାର୍ଡ

ପଦବୀ ସଂଖ୍ୟା

ସାଧାରଣ:୬୨୩

ଓବିସି:୨୧୧

ଅନୁସୂଚିତ ଜାତି:୩୧୦

ଏସଟି: ୭୪

ବୟସ ସୀମା:୧୮ରୁ ୨୮ ବର୍ଷ ପର୍ଯ୍ୟନ୍ତ

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ଯେ କୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍ କରିବା ଆବଶ୍ୟକ ।

ଆବେଦନର ଅନ୍ତିମ ତାରିଖ : ଅନଲାଇନ୍ ଆବେଦନ କରିବାର ତାରିଖ ୨୮ ମଇ ରୁ ଆରମ୍ଭ କରି ୩୦ ଜୁନ୍ ପର୍ଯ୍ୟନ୍ତ ଚାଲୁ ରହିବ ।

ଚୟନ ପ୍ରକ୍ରିୟା : ଉପଯୁକ୍ତ ପ୍ରାର୍ଥୀଙ୍କୁ ଫରେଷ୍ଟଗାର୍ଡ ପଦବୀ ପାଇଁ ସିଧାସଳଖ ଚୟନ କରାଯିବ ।

କିଭଳି କରିବେ ଆବେଦନ : ଇଚ୍ଛୁକ ଆବେଦନକାରୀ www.sssc.uk.gov.in  ୱେବସାଇଟରେ ଯାଇ ଆବେଦନ କରିପାରିବେ ।