କମ୍ ଓଜନକୁ ନେଇ ଚିନ୍ତିତ ଅଛନ୍ତି କି ? ଚିନ୍ତା କରନ୍ତୁ ନାହିଁ ସାମାନ୍ୟ ଉପଚାର ମାଧ୍ୟମରେ ବଢାଇ ପାରିବେ ଓଜନ ।

78

ବର୍ତ୍ତମାନ ଯୁବପୀଢି ସୋମାନଙ୍କ ଫିଜିକାଲ ଫିଟନେସକୁ ନେଇ ସର୍ବଦା ସଜାଗ । ତେଣୁ ମୋଟା ହେଲେ ପତଳା ହେବା ଲାଗି ଜିମ ଯିବା, ଖାଦ୍ୟପେୟ ନିୟନ୍ତ୍ରଣ ଆଦି କରୁଛନ୍ତି । ହେଲେ ଯେଉଁମାନେ ଆବଶ୍ୟକରୁ ଅଧିକ ପତଳା ଏହା ସେମାନଙ୍କ ବ୍ୟକ୍ତିତ୍ୱରେ ଆଞ୍ଚ୍ ଆଣୁଛି । ଯେଉଁଥିଲାଗି ଅନେକ ବିଭିନ୍ନ ଔଷଧ ଖାଉଛନ୍ତି ଏବଂ କେହି କେହି ଏହାର ପାଶ୍ୱର୍ ପ୍ରତିକ୍ରିୟାର ଶିକାର ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ପ୍ରାକୃତିକ ଉପାୟରେ ଓଜନ ବୃଦ୍ଧି ଲାଗି ଜାଣି ରଖନ୍ତୁ କିଛି ଟିପ୍ସ୍ । – ସର୍ବପ୍ରଥମେ ଖାଦ୍ୟପେୟ ପ୍ରତି ଗୁରୁତ୍ୱ ଦିଅନ୍ତୁ । କେବଳ ପାଟିକୁ ସ୍ୱାଦ ଲାଗୁଥିବା କିମ୍ବା ପସନ୍ଦର ଖାଦ୍ୟ ବାଛିବା ପରିବର୍ତ୍ତେ ସବୁପ୍ରକାର ପୌଷ୍ଟିକ ଖାଦ୍ୟ ଖାଆନ୍ତୁ ।
– ଖାଦ୍ୟରେ କ୍ୟାଲୋରୀ ମାତ୍ରା ବଢାନ୍ତୁ । ପ୍ରୋଟିନ ଯୁକ୍ତ ଖାଦ୍ୟ ଯେତେ ଅଧିକ ଗ୍ରହଣ କରିବେ ସେତେ ଶୀଘ୍ର ଲାଭ ପାଇବେ ।
– ଶସ୍ୟଜାତୀୟ ଖାଦ୍ୟ, ଫଳ, ପନିପରିବା ଆଦିରେ ପର୍ୟ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଟ୍ ରହିଛି । ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଓଜନ ବଢିବାରେ ସାହାଯ୍ୟ କରିବ ।
– ଫଳ ମଧ୍ୟରେ ଓଜନ ବଢାଇବା ଲାଗି କଦଳୀ ସବୁଠାରୁ ଭଲ । ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଆନ୍ତୁ । ନ ହେଲେ ସକାଳୁ ଏହାର ସେକ ପିଇପାରିବେ । କ୍ଷୀର କଦଳୀ ଚକଟି ଖାଇବା ବି ଲାଭଦାୟକ ।
– ପନୀରର ବିଭିନ୍ନ ଆଇଟମ ଖାଆନ୍ତୁ । ସେହିପରି ଆମିଷ ଖାଇବା ବି ଓଜନ ବଢାଇବାରେ ସାହାଯ୍ୟ କରିଥାଏ ।
– ସକାଳ ଜଳଖିଆରେ ବ୍ରେଡ ସହ ୨ଟି ଅଣ୍ଡା କିମ୍ବା ଆମଲେଟ୍ ଖାଆନ୍ତୁ । ଏହା ଖୁବ ଶୀଘ୍ର ଆପଣଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ ।