ମାତ୍ର ୯ଟଙ୍କାରେ କରନ୍ତୁ ମନଇଚ୍ଛା କଲ୍ ! ଏସଏମଏସ ବି ପୂରା ମାଗଣା, ଜାଣନ୍ତୁ କେଉଁ କଂପାନୀ କରୁଛି ଏଭଳି ଅଫର ବର୍ଷା

26

ସର୍ଭିସ ପ୍ରୋଭାଇଡର୍ସଙ୍କ ମଧ୍ୟରେ ଶସ୍ତା ପ୍ଲାନକୁ ନେଇ ଜାରି ରହିଛି କଡା ଟକ୍କର । କେହି ଇଂଟରନେଟ ଡାଟାକୁ ନେଇ ତ ପୁଣି କେହି ଅସୀମ କଲ ସେବାକୁ ନେଇ, ପ୍ରତ୍ୟେକ କଂପାନୀ ପ୍ରତିଦିନ କିଛି ନା କିଛି ନୂଆ ପ୍ଲାନ ଲଂଚ କରିବାରେ ଲାଗିପଡିଛନ୍ତି । ଇତି ମଧ୍ୟରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏୟାରଟେଲ ଭେଟି ଦେଇଛି ଏକ ଶସ୍ତା ପ୍ଲାନ  । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

 ୮ ଟଙ୍କିଆ ପ୍ଲାନ 

 କଂପାନୀର ଏହି ପ୍ଲାନରେ ୟୁଜର୍ସ ମାତ୍ର ୮ ଟଙ୍କାରେ ଉଭୟ ଲୋକାଲ ଏବଂ ଏସଟିଡି କଲ ୧ ପଇସା ପ୍ରତି ସେକେଣ୍ଡ ହିସାବରେ କରିପାରିବେ । ତେବେ ଏୟାରଟେଲର ଏହି ଶସ୍ତା ଅଫରର ବୈଧତା ରହିଛି ୩ ଦିନ ।

୯ ଟଙ୍କିଆ ପ୍ଲାନ

୯ ଟଙ୍କିଆ ପ୍ଲାନରେ ମାଗଣାରେ ମିଳିବ ଉଭୟ ଲୋକାଲ ଏବଂ ଏସଟିଡି କଲର ସୁବିଧା ସହ ଇନକମିଂ ରୋମିଂ ଏବଂ ଆଉଟଗୋଇଙ୍ଗ ରୋମିଂ ମାଗଣା । ସେହିପରି ୧୦୦ଟି ଲୋକାଲ ଏବଂ ନ୍ୟାସନାଲ ଏସଏମଏସ, ୧୦୦ଏମବି ୩ଜି ଡାଟା ଦିଆଯାଉଛି । ତେବେ ଏହି ଅଫରଟିର ବୈଧତା ଗୋଟିଏ ଦିନ ପାଇଁ ରହିଛି ।

୨୩ ଟଙ୍କିଆ ପ୍ଲାନ

କଂପାନୀର ଏହି ପ୍ଲାନରେ ୟୁଜର୍ସ, ଲୋକାଲ ଏବଂ ଏସଟିଡି କଲ ମାଗଣାରେ କରିପାରିବେ । ଏହାଛଡା ଏଥିରେ ଇନକମିଂ ଏବଂ ଆଉଟଗୋଇଙ୍ଗ ମାଗଣା ମଧ୍ୟ ରହିଛି । ୨୦୦ଟି ଲୋକାଲ ଏବଂ ନ୍ୟାସନାଲ ଏସଏମଏସ କରିପାରିବେ । ଏହି ପ୍ଲାନରେ ୧୫୦ ଏମବି ୨ଜି ଡାଟା ଦିଆଯାଉଛି । ମାତ୍ର ଧ୍ୟାନ ରଖିବେ କି ଏଥିରେ ୟୁଜର୍ସ ପ୍ରତିଦିନ କେବଳ ୧୦୦ଟି ଏସଏମଏସ ହିଁ କରିପାରିବେ । ତେବେ ଏହି ପ୍ଲାନର ବୈଧତା ରହିଛି ୨ ଦିନ ।

୫୯ ଟଙ୍କିଆ ପ୍ଲାନ

ଏହି ପ୍ଲାନରେ ଉଭୟ ଲୋକାଲ ଏବଂ ଏସଟିଡି କଲ ମାଗଣାରେ କରିପାରିବେ । ଏହି ପ୍ଲାନରେ ବି ୟୁଜର୍ସଙ୍କ ପାଇଁ ଇନକମିଂ ଏବଂ ଆଉଟଗୋଇଙ୍ଗ ରୋମିଂ ମାଗଣାରେ ରହିଛି । ଏଥିସହିତ ୭୦୦ଟି ଲୋକାଲ ଏବଂ ନ୍ୟାସନାଲ ଏସଏମଏସ ମଧ୍ୟ ମିଳିବ । ୫୦୦ ଏମବି ୪ଜି ଡାଟା ସହିତ ଏହି ପ୍ଲାନର ବୈଧତା ରହିଛି ୭ ଦିନ ।

୯୩ ଟଙ୍କିଆ ପ୍ଲାନ

ଏହି ପ୍ଲାନରେ ୟୁଜର୍ସଙ୍କୁ ଲୋକାଲ ଏବଂ ଏସଟିଡି କଲର ସୁବିଧା ସଂପୂର୍ଣ୍ଣ ରୂପେ ମାଗଣାରେ ମିଳିବ । ଏଥିସହିତ ଏହି ପ୍ଲାନରେ ମାଗଣା ଇନକମିଂ ଏବଂ ଆଉଟଗୋଇଙ୍ଗ ରୋମିଂ ମଧ୍ୟ ରହିଛି । ସେହିପରି ୧୦୦୦ଟି ଲୋକାଲ ଏବଂ ନ୍ୟାସନାଲ ଏସଏମଏସର ସୁବିଧା ମଧ୍ୟ ଦିଆଯାଇଛି । ଏହି ପ୍ଲାନରେ କଂପାନୀ ୧ ଜିବି ର ୩ଜି ଡାଟା ଦେଇରଖୁଛି । ତେବେ ଏହାର ବୈଧତା ରହିଛି ୧୦ ଦିନ ।