ଦୁଇଜଣ ମହିଳାଙ୍କୁ ବିବାହ କଲେ ସରକାର ଦେବେ ଘରଭଡ଼ା ! ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

71

ବର୍ତ୍ତମାନ ଅନେକ ଦେଶରେ ପୁରୁଷଙ୍କୁ ଥରେ ବିବାହ କରିବା ପାଇଁ ମହିଳା ମିଳୁ ନ ଥିବା ବେଳେ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠାରେ ଦୁଇଜଣ ମହିଳାଙ୍କୁ ବିବାହ କରିବା ଦ୍ୱାରା ପ୍ରୋତ୍ସାହନ ସ୍ୱରୂପ ସରକାରଙ୍କ ତରଫରୁ ମିଳିଥାଏ ଘରଭଡ଼ା । ସଂଯୁକ୍ତ ଆରବ ଏମିରେଟସରେ ଏପରି ଏକ ନିୟମ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଛି । ତେବେ ଏହା ପଛରେ ମଧ୍ୟ କିଛି କାରଣ ରହିଛି।

ଖଲିଜ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ ,ସଂଯୁକ୍ତ ଆରବ ଏମିରେଟସରେ ଅବିବାହିତ ମହିଳାମାନଙ୍କର ସଂଖ୍ୟା ଅଧିକ । ଏଣୁ ଏହି ପଦକ୍ଷେପ ଦ୍ୱାରା ଦେଶରେ ପୁରୁଷମାନେ ଦ୍ୱିତୀୟ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ ବୋଲି ସେଠାକାର ଫେଡ଼େରାଲ ନ୍ୟାସନାଲ କାଉନସିଲ ଗତ ବୁଧବାର ଦିନ ଏକ ଆଇନ ଗୃହୀତ କରିଛି ବୋଲି ମନ୍ତ୍ରୀ ଡ଼ା. ଅବଦୁଲ୍ଲା ବେଲହଫ ଅଲ ନୁଇମୀ କହିଛନ୍ତି ।

ଦୁଇଟି ପତ୍ନୀ ଥିବା ବ୍ୟକ୍ତିଙ୍କୁ ଶେଖ ଜାଏଦ ହାଉସିଂ କାର୍ଯ୍ୟକ୍ରମ ଅନ୍ତର୍ଗତ ଘରଭଡ଼ା ପ୍ରଦାନ କରାଯିବ। ଏଠାରେ ମହିଳାମାନଙ୍କ ସଂଖ୍ୟା ଅଧିକ ରହିଥିବାରୁ ପୂର୍ବରୁ ହିଁ ବିବାହ କରିବା ଦ୍ୱାରା ପୁରୁଷମାନଙ୍କୁ ଘରଭଡ଼ା ମିଳୁଥିଳା । କିନ୍ତୁ ବର୍ତ୍ତମାନ ଦ୍ୱିତୀୟ ପତ୍ନୀଙ୍କ ପାଇଁ ମଧ୍ୟ ଏଠାରେ ସରକାରଙ୍କ ତରଫରୁ ପ୍ରଦାନ କରାଯିବ ଘରଭଡ଼ା । ଏହି ଆଇନ ପ୍ରଣୟନ ଦ୍ୱାରା ଦେଶରେ ଅବିବାହିତ ମହିଳାଙ୍କର ସଂଖ୍ୟା କିଛି ମାତ୍ରାରେ କମ ହେବ ବୋଲି ଆକଳନ କରିଛନ୍ତି ସରକାର ।