ବିଏସଏନଏଲ୍ ବ୍ରଡବ୍ୟାଣ୍ଡ ୟୁଜର୍ସ ତୁରନ୍ତ ବଦଳାଇ ଦିଅନ୍ତୁ ପାସୱାର୍ଡ ! ନଚେତ୍ ହୋଇପାରେ ଭାଇରସ୍ ଆଟାକ୍

42

ପବ୍ଲିକ ସେକ୍ଟରର ଟେଲିକମ୍ କଂପାନୀ ବିଏସଏନଏଲ ନିଜ ବ୍ରଡବ୍ୟାଣ୍ଡ୍ ୟୁଜର୍ସଙ୍କୁ ତୁରନ୍ତ ପାସୱାର୍ଡ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛି । ଚଳିତ ସପ୍ତାହରେ ବିଏସଏନଏଲର ଏକ ସେକ୍ସନ ଉପରେ ମାଲୱେର ଆକ୍ରମଣ ହୋଇଛି । ଫଳରେ ପାଖାପାଖି ୨ ହଜାର ଲୋକଙ୍କ ଜଣ ବ୍ରଡବ୍ୟାଣ୍ଡ୍ ମୋଡେମ ପ୍ରଭାବିତ ହୋଇଛି । ଏହି ମୋଡେମ ଏଥିପାଇଁ ସାଇବର ଆକ୍ରମଣର ଶିକାର ହୋଇଛି କାରଣ ଏହାର ଡିଫଲ୍ଟ ପାସୱାର୍ଡ ବଦଳାଇ ଯାଇନଥିଲା । ତେବେ ଏସଂପର୍କିତ ସୂଚନା ଖୋଦ୍ ବିଏସଏନଏଲର ଚେୟାରମ୍ୟାନ ଅନୁପମ ଶ୍ରୀବାସ୍ତବ ଦେଇଛନ୍ତି ।

ସେ କହିଛନ୍ତି ଯେ, ‘ପରିସ୍ଥିତି ଏବେ ଆୟତ୍ତରେ ରହିଛି । ଆମେ ଗ୍ରାହକଙ୍କୁ ପରାମର୍ଶ ଦେଉଛୁ କି ସେମାନେ ନିଜ ପାସୱାର୍ଡ ତୁରନ୍ତ ବଦଳାଇ ଦିଅନ୍ତୁ । ପାସୱାର୍ଡ ବଦଳାଇବା ପରେ ସେମାନେ ବ୍ରଡବ୍ୟାଣ୍ଡର ବ୍ୟବହାରକୁ ନେଇ ଚିନ୍ତିତ ହେବା ଅନୁଚିତ’ । ସେ ପୁଣି ମଧ୍ୟ କହିଛନ୍ତି, ‘ମାଲୱେଲ ଆକ୍ରମଣର ପ୍ରଭାବ ବିଏସଏନଏଲର କୋର ନେଟୱର୍କ, ବିଲିଂ କିମ୍ବା ଅନ୍ୟ ପ୍ରଣାଳୀ ଉପରେ ହୋଇନଥିଲା ବରଂ ଆକ୍ରମଣ ସମୟରେ ୟୁଜର୍ସକଙ୍କ ପାସୱାର୍ଡ ଆପଣାଛାଏଁ ବଦଳି ଯାଉଥିଲା ଏବଂ ପ୍ରଭାବିତ ହୋଇଥିବା ମୋଡେମରେ ଲଗଇନ୍ ହୋଇ ପାରୁ ନଥିଲା । ତେବେ ବିଏସଏନଏଲ କଲ ସେଂଟର ଜରିଆରେ ଏବେ ୟୁଜର୍ସଙ୍କୁ ସଚେତନ କରାଯାଉଛି ଓ ସେମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ମଧ୍ୟ ପରାମର୍ଶ ଦିଆଯାଉଛି’ ।

ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ସାରା ଦେଶରେ ସାଇବର ଆଟାକକୁ ନେଇ ଆଲୋଡନ ସୃଷ୍ଟି ହୋଇଛି । ନିକଟରେ ରାନସମୱେର ଆକ୍ରମଣରେ ଭାରତ ସମେତ ଅନେକ ଦେଶର ନେଟୱର୍କ ପ୍ରଭାବିତ ହୋଇଥିଲା । ସେହିପରି ବ୍ରିଟିସ୍ ମେଡିକାଲ ନେଟୱର୍କକୁ ମଧ୍ୟ ଏହି ଭାଇରସ୍ ବହୁତ ମାତ୍ରାରେ ପ୍ରଭାବିତ କରିଥିଲା ।

ସୌଜନ୍ୟ:ଏବିପି ନ୍ୟୁଜ୍