ଟମାଟୋ ପରେ ଏବେ ପିଆଜ ପାଳି ! ଜାଣନ୍ତୁ ମହଙ୍ଗା ପଛରେ କଣ ରହିଛି ବାସ୍ତବ କାରଣ

47

ଜୁଲାଇରେ ଯେଉଁଠି ଗୋଟିଏ ପଟେ ଟମାଟୋର ଅଭାବୀ ବିକ୍ରୀ ବଜାରରେ ସେଂଚୁରୀ ମାରିଛି ଅନ୍ୟପଟେ ସେହିପରି ପୁଣି ଏକ ବଡ ସମସ୍ୟା ବାନା ବାନ୍ଧୁଛି । ଅର୍ଥାତ୍ ଆଗାମୀ ଦିନରେ ପିଆଜ ମଧ୍ୟ ଖାଉଟିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।

ସୂଚନା ମୁତାବକ, ସାରା ଦେଶରେ ସପ୍ତାହେ ହେଲା ପିଆଜର ଦର ୧୦୦ ପ୍ରତିଶତ ବଢିବାରେ ଲାଗିଛି । ଯଦିଓ ପିଆଜ ଦର ବୃଦ୍ଧି ପାଇବା ଦ୍ୱାରା ଗୋଟିଏ ପକ୍ଷେ ଚାଷୀଭାଇଙ୍କ ମୁହଁରେ ହସ ଖେଳିଯାଇଛି ମାତ୍ର ସାଧାରଣ ଲୋକଙ୍କ ପାଇଁ ଏହା ପାଲଟି ଯାଇଛି ପୁଣି ଏକ ସମସ୍ୟା । ସମଗ୍ର ରାଜ୍ୟର ପ୍ରମୁଖ ମଣ୍ଡିମାନଙ୍କରେ ପିଆଜ ଦର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମଣ୍ଡିମାନଙ୍କରେ ପିଆଜର ଅମଳ ବହୁତ ମାତ୍ରା ହ୍ରାସ ପାଇଛି । ଏହାବ୍ୟତୀତ ଅନ୍ୟ ପନିପରିବାଗୁଡିକର ଦରଦାମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ପିଆଜ ଦର ଦିଲ୍ଲୀର ସବୁଠାରୁ ବଡ ମଣ୍ଡି କୁହାଯାଉଥିବା ଆଜାଦପୁରରେ କିଲୋ ହିସାବରେ ୧୮ ଟଙ୍କାରେ ପହଂଚିଛି । ଉନ୍ନତମାନର ପିଆଜ ଥିବା ସତ୍ୱେ ଏହାର ଅଭାବୀ ବିକ୍ରୀ ବଜାରରେ ଦେଖାଦେଇଛି । ବ୍ୟବସାୟୀଙ୍କ ମତରେ ମଧ୍ୟପ୍ରଦେଶ, ଗୁଜୁରାଟ୍ ଏବଂ ରାଜସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ପିଆଜ ନଷ୍ଟ ହୋଇଯାଇଛି । ସେହିପରି କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରେ ଚାଷୀମାନେ ପିଆଜ ଚାଷ କମାଇ ଦେଇଛନ୍ତି । ଯାହା କାରଣରୁ ବଜାରରେ ପିଆଜର ଅଭାବୀ ଭଳି ସମସ୍ୟା ଉପୁଜିପାରେ ।

ଦେଶରେ ଚଳିତ ବର୍ଷ ୨୧୫.୬ ଲକ୍ଷା ଟନ୍ ପିଆଜ ଅମଳ କରାଯାଇଥିବା ଅନୁମାନ କରାଯାଇଛି ଯେବେକି ଗତବର୍ଷ ୨୦୯.୩ ଲକ୍ଷ ଟନ ପିଆଜ ଅମଳ ହୋଇଥିଲା । ଯାହାର ଅର୍ଥ ହେଲା ଗତବର୍ଷଠାରୁ ଅଧିକ ପିଆଜ ଅମଳ ହୋଇଥିବା ସତ୍ୱେ ଏହାର ଦର ବୃଦ୍ଧି ପାଇବାରେ ଲାଗିଛି ।

ସୌଜନ୍ୟ- ଅମର ଉଜାଲା