ଜିଓକୁ ଟକ୍କର ଦେବାକୁ ଏୟାରଟେଲ ଆଣିଲା ୫୬ଜିବିର ଡାଟା ପ୍ଲାନ । ପଢନ୍ତୁ ପୂରା ଡିଟେଲ୍ସ

45

ଟେଲିକମ୍ ସେକ୍ଟରରେ ବୃଦ୍ଧି ପାଉଥିବା ପ୍ରତିସ୍ପର୍ଦ୍ଧା ମଧ୍ୟରେ ଏୟାରଟେଲ ନିଜର ସ୍ଥିତି ବଜାୟ ରଖିବା ପାଇଁ ପ୍ରତିଦିନ କିଛି ନା କିଛି ଶସ୍ତା ପ୍ଲାନ ଲଂଚ କରିବାରେ ଲାଗିଛି । ଇତି ମଧ୍ୟରେ ଏୟାରଟେଲ ନିଜର ୩୪୯ଟଙ୍କିଆ ଏବଂ ୫୪୯ ଟଙ୍କିଆ ପ୍ରିପେଡ୍ ପ୍ଲାନରେ କରିଛି ଏକ ବଡ ଧରଣର ପରିବର୍ତ୍ତନ । ଯେଉଁଥିରେ ୟୁଜର୍ସଙ୍କୁ ଅଧିକ ଡାଟାର ସୁବିଧା ମିଳିବ । ତେବେ ଜିଓକୁ ଟକ୍କର ଦେବା ପାଇଁ କଂପାନୀ ଏଭଳି କରିଥିବା ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।

ଏବେ ନଜର ପକାନ୍ତୁ ଏୟାରଟେଲର ୩୪୯ ଏବଂ ୫୪୯ଟଙ୍କିଆ ରିଚାର୍ଜ ପ୍ଲାନରେ ଏବେ କଣ ଅଫର ରହିଛି

୩୪୯ ଟଙ୍କିଆ ରିଚାର୍ଜ ପ୍ଲାନ

ଏୟାରଟେଲ ୨ଜିବି ମୋବାଇଲ ଡାଟା ପ୍ରତିଦିନ ଅଫର କରୁଛି । ଯାହାର ବୈଧତା ରହିଛି ୨୮ ଦିନ । ତେବେ ଏହି ୩୪୯ ଟଙ୍କିଆ ପ୍ଲାନରେ ରହିଛି ଅସୀମ ଲୋକାଲ ଏବଂ ଏସଟିଡି କଲର ସୁବିଧା । ଏଥିସହିତ ଅସୀମ ରୋମିଂ ଇନକମିଂ ଏବଂ ଆଉଟଗୋଇଂ କଲ ଏବଂ ୧୦୦ଟି ଲୋକାଲ ଏବଂ ନ୍ୟାସନାଲ ଏସଏମଏସ ପ୍ରତିଦିନ ବାବଦକୁ ରହିଛି । ଏହାପୂର୍ବରୁ କଂପାନୀ ୩୪୯ ଟଙ୍କାରେ ପ୍ରତିଦିନ ହିସାବରେ ୧.୫ଜିବି ଡାଟା ସହିତ ଅନ୍ୟ ବେନିଫିଟ୍ସ ମଧ୍ୟ ମିଳୁଥିଲା ।

୫୪୯ ଟଙ୍କିଆ ପ୍ଲାନ

ସେହିପରି ଏୟାରଟେଲର ଏହି ପ୍ୟାକରେ ମିଳୁଛି ପ୍ରତିଦିନ ହିସାବରେ ୩ଜିବି ଡାଟା । ଯାହାର ବୈଧତା ରହିଛି ୨୮ ଦିନ । ଏହି ପ୍ଲାନରେ ଅସୀମ କଲିଂ ସହିତ ପ୍ରତିଦିନ ୧୦୦ଟି ଲୋକାଲ ଏବଂ ନ୍ୟାସନାଲ ଏସଏମଏସର ସୁବିଧା ।

ଏହା ପୂର୍ବରୁ ଏହି ପ୍ୟାକରେ ୨.୫ଜିବି ଡାଟା ସହିତ ମିଳୁଥିଲା ଅନ୍ୟାନ୍ୟ ବେନିଫିଟ୍ ।

୪୪୮ ଟଙ୍କିଆ ପ୍ଲାନ

ଏୟାରଟେଲର ୪୪୮ ଟଙ୍କିଆ ରିଚାର୍ଜ ପ୍ଲାନରେ ମଧ୍ୟ ଜବରଦସ୍ତ ଅଫର ଦେଉଛି । ଯାହାର ବୈଧତା ରହିଛି ୭୦ ଦିନ । ୪୪୮ ଟଙ୍କିଆ ପ୍ଲାନ ଆଧାରରେ ଲୋକାଲ ଏବଂ ଏସଟିଡି କଲ ସମେତ ପ୍ରତିଦିନ ବାବଦକୁ ୧ ଜିବି ଡାଟା ମିଳିବ ।

ତେବେ ଏହାକୁ ଟକ୍କରରେ ରିଲାଏନ୍ସ ଜିଓ ୪୯ରୁ ୮୪ ଦିନ ପର୍ଯ୍ୟନ୍ତ ବୈଧତା ସହିତ ୪୯ରୁ ୯୮ ଜିବିର ଡାଟା ଦେଉଛି । ଏହାର ରିଚାର୍ଜ ଭ୍ୟାଲୁ ରହିଛି ୩୦୯, ୪୫୯ ଏବଂ ୫୦୯ ଟଙ୍କା ।