ଚିନ୍ତା ବଢାଇଲା ନୂଆ ନୋଟ୍ ! ପୁଣି ଜନତାଙ୍କ ପାଇଁ ସୃଷ୍ଟି କଲା ସମସ୍ୟା , ବେଳ ଥାଉ ଥାଉ ହୋଇଯାନ୍ତୁ ସାବଧାନ ନଚେତ୍ . . .

34

ବଜେଟ ଉପସ୍ଥାପନା ପୂର୍ବରୁ ୫୦୦ ଏବଂ ୨ ହଜାର ଟଙ୍କିଆ ନୂଆ ନୋଟକୁ ନେଇ ଏବେ ପୁଣି ଗୋଟିଏ ନୂଆ ସମସ୍ୟା ମୁଣ୍ଡ ଟେକିଛି । ଯଦି ସମୟ ଥାଉ ଥାଉ ଆପଣ ସଚେତନତା ଅବଲମ୍ବନ ନକରନ୍ତି ତେବେ ଭବିଷ୍ୟତରେ ଆପଣଙ୍କୁ ନିଶ୍ଚୟ ଏକ ବଡ ବିପଦର ସାମ୍ନା କରିବାକୁ ପଡିପାରେ । ତେବେ ଏସଂପର୍କରେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ଘଟଣାଟି ହେଲା, ବଜାରରେ ଏଯାବତ ୫୦୦ ଏବଂ ୨୦୦୦ ଟଙ୍କିଆ ନକଲି ନୋଟର ଛପା ବନ୍ଦ ହୋଇପାରନି । କାରଣ ନିକଟରେ ପଂଚକୁଲାଠାରେ ପୁଲିସ ଏକ ଗ୍ୟାଙ୍ଗ ଠାବ କରିଛି, ଯେଉଁମାନେ କି ନକଲି ନୋଟ୍ ଛାପୁଥିଲେ । ଏମାନେ ଲାପଟପ, ସ୍କାନର ଏବଂ ପ୍ରଂଟର ଜରିଆରେ ନକଲି ନୋଟ ଛାପୁଥିଲେ । ଯାହାକୁ ଏମାନେ ଆଖପାଖ ସହରରେ ନିଶା କାରବାର ଜରିଆରେ ବ୍ୟବହାର କରୁଥିଲେ । ତେବେ ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଏହି ଗ୍ୟାଙ୍ଗକୁ ଠାବ କରିଥିଲା ଏବଂ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେଣୁ ଆପଣଙ୍କ ପକେଟରେ ଥିବା ୫୦୦ ଏବଂ ୨୦୦୦ଟଙ୍କିଆ ନୋଟ୍ ଜାଲ ମଧ୍ୟ ହୋଇପାରେ । ଯାହା ସଂପର୍କରେ ଆମେ ନିମ୍ନରେ ବିସ୍ତାର ରୂପେ ଆଲୋଚନା କରିଛୁ ।

୨୦୦୦ଟଙ୍କିଆ ନୋଟ୍ ଚିହ୍ନିବେ କିପରି

• ଏହି ନୋଟକୁ ଯଦି ଆପଣ ଲାଇଟ୍ ପକାଇ ଦେଖିବେ ତେବେ ଆପଣ ଏହି ୨୦୦୦ଟଙ୍କା ଅଙ୍କରେ ଲେଖା ହୋଇଥିବା ଦେଖିବାକୁ ପାଇବେ ।

• ନୋଟକୁ ଯଦି ଆପଣ ୪୫ ଡିଗ୍ରୀ ତେରଛା କରି ଦେଖିବେ ତେବେ ଏହି ୨୦୦୦ଟଙ୍କା ଅଙ୍କରେ ଲେଖାଥିବା ନଜର ଆସିବ ।

• ସେହିପରି ଦେବନଗରୀ ଭାଷାରେ ୨୦୦୦ଲେଖା ହୋଇଥିବା ସହିତ ନୋଟର ଠିକ୍ ମଧ୍ୟ ଭାଗରେ ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ନଜର ଆସିବ ।

• ଛୋଟ ଛୋଟ ଫଂଟରେ ଆରବିଆଇ ଏବଂ ୨୦୦୦ ଲେଖାଯାଇଥିବ ।

• ଯେତେବେଳେ ନୋଟକୁ ତେରଛା କରି ଦେଖିବେ, ସୁତାର ରଙ୍ଗ ସବୁଜରୁ ପରିବର୍ତ୍ତନ ହୋଇ ନୀଳ ରଙ୍ଗରେ ନଜର ଆସିବ ।

• ଏଥିରେ ଗଭର୍ଣ୍ଣରଙ୍କର ଦସ୍ତଖସ୍ତ ରହିଥାଏ ।

• ନୋଟକୁ ଟିକିଏ କଣେଇକି ଦେଖିଲେ ଏଥିରେ ଗାନ୍ଧୀଙ୍କ ଫଟୋ ନଜର ଆସିବ ।

• ଡାହାଣ ପାଶ୍ୱରେ ଅଶୋକ ସ୍ତମ୍ଭ ରହିଥିବା ସହିତ ଛୋଟିଆ ୨୦୦୦ ବାହାରକୁ ନଜର ଆସିବ ।

• ଏଥିସହିତ ଡାହାଣ ପାଖରେ ହିଁ ୭ଟି ଗାର ନଜର ଆସିବ ଏବଂ ଯେଉଁବର୍ଷ ନୋଟ୍ ଛପା ହୋଇଥିବ ସେହି ବର୍ଷ ହିଁ ଏଠାରେ ଲେଖା ହୋଇଥିବା ନଜର ଆସିବ ।

• ଗାନ୍ଧୀଙ୍କ ଆଇକନ ଥିବା ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ରହିଥିବ ଏବଂ ମଙ୍ଗଳଯାନର ଫଟୋ ମଧ୍ୟ ରହିଥିବ । ନୋଟ ଉପରେ ଭିନ୍ନ ଭିନ୍ନ ଭାଷାରେ ୨ ହଜାର ଟଙ୍କା ଲେଖାଯାଇଥିବ ।

୫୦୦ଟଙ୍କିଆ ନୋଟକୁ ଚିହ୍ନିବେ କିପରି

• ଏହି ନୋଟକୁ ଯଦି ଆପଣ ଲାଇଟ୍ ପକାଇ ଦେଖିବେ ତେବେ ଆପଣ ଏହି ୫୦୦ଟଙ୍କା ଅଙ୍କରେ ଲେଖା ହୋଇଥିବା ଦେଖିବାକୁ ପାଇବେ ।

• ନୋଟକୁ ଯଦି ଆପଣ ୪୫ ଡିଗ୍ରୀ ତେରଛା କରି ଦେଖିବେ ତେବେ ଏହି ୫୦୦ଟଙ୍କା ଅଙ୍କରେ ଲେଖାଥିବା ନଜର ଆସିବ ।

• ସେହିପରି ଦେବନଗରୀ ଭାଷାରେ ୫୦୦ଲେଖା ହୋଇଥିବା ସହିତ ନୋଟର ଠିକ୍ ମଧ୍ୟ ଭାଗରେ ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ନଜର ଆସିବ ।

• ଛୋଟ ଛୋଟ ଫଂଟରେ ଆରବିଆଇ ଏବଂ ୫୦୦ ଲେଖାଯାଇଥିବ ।

• ଯେତେବେଳେ ନୋଟକୁ ତେରଛା କରି ଦେଖିବେ, ସୁତାର ରଙ୍ଗ ସବୁଜରୁ ପରିବର୍ତ୍ତନ ହୋଇ ନୀଳ ରଙ୍ଗରେ ନଜର ଆସିବ ।

• ଏଥିରେ ଗଭର୍ଣ୍ଣରଙ୍କର ଦସ୍ତଖସ୍ତ ରହିଥାଏ ।

• ନୋଟକୁ ଟିକିଏ କଣେଇକି ଦେଖିଲେ ଏଥିରେ ଗାନ୍ଧୀଙ୍କ ଫଟୋ ନଜର ଆସିବ ।

• ଡାହାଣ ପାଶ୍ୱରେ ଅଶୋକ ସ୍ତମ୍ଭ ରହିଥିବା ସହିତ ଛୋଟିଆ ୫୦୦ ବାହାରକୁ ନଜର ଆସିବ ।

• ଏଥିସହିତ ଡାହାଣ ପାଖରେ ହିଁ ୭ଟି ଗାର ନଜର ଆସିବ ଏବଂ ଯେଉଁବର୍ଷ ନୋଟ୍ ଛପା ହୋଇଥିବ ସେହି ବର୍ଷ ହିଁ ଏଠାରେ ଲେଖା ହୋଇଥିବା ନଜର ଆସିବ ।

• ଗାନ୍ଧୀଙ୍କ ଆଇକନ ଥିବା ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ରହିଥିବ ଏବଂ ମଙ୍ଗଳଯାନର ଫଟୋ ମଧ୍ୟ ରହିଥିବ । ନୋଟ ଉପରେ ଭିନ୍ନ ଭିନ୍ନ ଭାଷାରେ ପାଂଚ ଶହ ଟଙ୍କା ଲେଖାଯାଇଥିବ ।

ନକଲି ନୋଟକୁ କଣ କରିବେ

• ବ୍ୟାଙ୍କ ଏକ୍ସପର୍ଟଙ୍କ ମତାନୁସାରେ, ଯଦି ଆପଣଙ୍କୁ ଏଟିଏମରୁ ନକଲି ନୋଟ ମିଳିଛି ତେବେ ଏହି ନୋଟକୁ ସର୍ବପ୍ରଥମେ ସେଠାରେ ଉପସ୍ଥିତ ଲୋକଙ୍କୁ ଏବଂ ଗାର୍ଡକୁ ଦେଖାନ୍ତୁ ।

• ଏହାପରେ ବ୍ୟାଙ୍କର ଟୋଲ ଫ୍ରି ନମ୍ବରରେ କଲ କରି ଏସଂପର୍କରେ ବ୍ୟାଙ୍କ ଅଧିକାରୀଙ୍କୁ ଅବଗତ କରାନ୍ତୁ ।

• ପୁଲିସକୁ ମଧ୍ୟ ଏସଂପର୍କରେ ଜଣାନ୍ତୁ । ଏହାଦ୍ୱାରା ଆପଣ ବିଭିନ୍ନ ଚିନ୍ତାରୁ ରକ୍ଷା ପାଇପାରିବେ ।

• ଯଦି ଆପଣ ଏଭଳି କରନ୍ତି ତେବେ ଏହା ପ୍ରମାଣିତ ହୋଇଯିବ କି ଆପଣଙ୍କୁ ଏଟିଏମରୁ ହିଁ ନକଲି ନୋଟ୍ ମିଳିଛି ।