ପ୍ରଜା ନ’ମାନିଲେ ସଜ୍ଜା ! ଏକଛତ୍ରବାଦୀ ଶାସକଙ୍କ ନିୟମ, ଯାହା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

70

ବିଶ୍ୱରେ କିଛି ଦେଶ ଏଭଳି ରହିଛି ଯେଉଁଠାରେ ନିଶ୍ୱାସ ନେବାକୁ ମଧ୍ୟ ସେଠାକାର ସରକାରଙ୍କର ଅନୁମତି ନେବାକୁ ପଡିଥାଏ । ଆଜ୍ଞା ହଁ ଆମେ ଏଠାରେ ଉତ୍ତର କୋରିଆ ସଂପର୍କରେ ଆଲୋଚନା କରୁଛୁ । ତେବେ ଆପଣ ଜାଣିଲେ ଚକିତ ହେବେ କି ସେଠାକାର ନାଗରିକମାନଙ୍କୁ ଅନେକ ପ୍ରକାରର ପ୍ରତିବନ୍ଧକର ସାମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଉତ୍ତର କୋରିଆରେ ପ୍ରଚଳିତ ୧୦ଟି ନିୟମ ତଥା ପ୍ରତିବନ୍ଧକ ସଂପର୍କରେ. . .

ଟିଭି ଦେଖିବାରେ ପ୍ରତିବନ୍ଧକ
ଉତ୍ତର କୋରିଆରେ କେବଳ ସେହି ଚ୍ୟାନେଲ ଦେଖିବାକୁ ମିଳେ ଯାହା ସେଠାକାର ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଥାଏ । ତେବେ ଯଦି କେହି ଏହାକୁ ଅବମାନନା କରେ ତେବେ ତାଙ୍କୁ ଦଣ୍ଡସ୍ୱରପ ଫାସି ଦଣ୍ଡାଦେଶ ମିଳିଥାଏ ।

ହେୟାରଷ୍ଟାଇଲରେ ପ୍ରତିବନ୍ଧକ
ଉତ୍ତର କୋରିଆରେ ମାତ୍ର ୨୮ ପ୍ରକାରର କେଶବିନ୍ୟାସ କରିବା ପାଇଁ ଅନୁମତି ଦିଆଯାଇଛି । ଯେଉଁଥିରୁ ୧୦ଟି ଷ୍ଟାଇଲ ପୁରୁଷଙ୍କ ପାଇଁ ଉର୍ଦ୍ଦିଷ୍ଟ ହୋଇଥିବା ବେଳେ ବାକି ୧୮ଟି ମହିଳାଙ୍କ ପାଇଁ ଉର୍ଦ୍ଦିଷ୍ଟ ଅଟେ । ଖାଲି ସେତିକି ନୁହେଁ ସେଠାକାର ବିବାହିତ ମହିଳାମାନଙ୍କୁ ଲମ୍ବା କେଶ ରଖିବାକୁ ଏବଂ ପୁରୁଷଙ୍କ ପାଇଁ ପାଖାପାଖି ୩ ଇଂଚରୁ ଅଧିକ କେଶ ରଖିବାକୁ ନେଇ ବାରଣ କରାଯାଇଛି । କିନ୍ତୁ ସବୁଠାରୁ ବଡ କଥା ହେଲା ସେଠାକାର ମୁଖ୍ୟ ତଥା କିମ୍ ଜଙ୍ଗ ୟୁନ୍ ନିଜେ ଏହାକୁ ଅବମାନନା କରନ୍ତି ।

ବ୍ଲୁ ଜିନ୍ସ ପିନ୍ଧିବାରେ ପ୍ରତିବନ୍ଧକ
ଉତ୍ତର କୋରିଆ ସରକାର ବ୍ଲୁ ଜିନ୍ସ ପିନ୍ଧିବାରେ ପ୍ରତିବନ୍ଧକ ଲଗାଇଛନ୍ତି । କାରଣ, ଉତ୍ତର କୋରିଆ ଏହାକୁ ଆମେରିକାର ପରମ୍ପରାର ଏକ ଅଂଶ ବୋଲି ଭାବନ୍ତି । ଏବଂ ଆମେରିକାର କୌଣସି ବି ଜିନିଷକୁ ସେମାନେ ଗ୍ରହଣ କରିବାକୁ ଚାହାଁନ୍ତି ନାହିଁ ।

ପର୍ଣ୍ଣ ବା ଅଶ୍ଳୀଳ ଭିଡିଓ ଦେଖିବାରେ ପ୍ରତିବନ୍ଧକ
କହିବାକୁ ଗଲେ ଭାରତରେ ଲୋକମାନେ ବିନା କୌଣସି ବାଧାରେ ଅଶ୍ଳୀଳ ଭିଡିଓମାନ ଦେଖିଥାନ୍ତି । କିନ୍ତୁ ଉତ୍ତର କୋରିଆରେ ଯଦି କେହି ଅଶ୍ଳୀଳ ଭିଡିଓ ଦେଖୁଥିବାର ଧରା ପଡିଯାଏ ତେବେ ତାର ଜେଲ ଯିବା ସୁନିଶ୍ଚିତ ।

ଦେଶ ଛାଡିବା ମନା
ଉତ୍ତର କୋରିଆରେ ଯଦି କେହି ନିଜ ଦେଶ ଛାଡିବାକୁ ଚେଷ୍ଟା କରେ କିମ୍ବା ବିଦେଶକୁ ଯିବାପାଇଁ ଚାହେଁ ତେବେ ଏହି ନିଷ୍ପତି ତାପାଇଁ କୌଣସି ବିପଦରୁ କମ୍ ନୁହେଁ ।

ଇଂଟରନେଟ୍ ଉପରେ ପ୍ରତିବନ୍ଧକ
ଉତ୍ତର କୋରିଆ ସରକାର ଇଂଟରନେଟ୍ ବ୍ୟବସ୍ଥା ଉପରେ ମଧ୍ୟ ଅନେକ ପ୍ରତିବନ୍ଧକ ଲଗାଇଥିବା ଶୁଣିବାକୁ ମିଳିଛି । ସେଠାରେ ଇଂଟରନେଟ୍ ସେବା ଯୋଗାଇ ଦେବାପାଇଁ କେବଳ ଗୋଟିଏ ମାତ୍ର କଂପାନୀ ରହିଛି । ଯଦିଓ ତାହା ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ଅଟେ କିନ୍ତୁ ଅଧିକ ମାତ୍ରାରେ ଏହି ସେବା ସେଠାକାର ସରକାରଙ୍କ ପାଇଁ ଉର୍ଦ୍ଦିଷ୍ଟ ଅଟେ ।

ଜଣେ ବ୍ୟକ୍ତି କରିଥିବା ଅପରାଧ ପାଇଁ ଦଣ୍ଡ ପାଇବେ ତା’ର ସପରିବାର
ତେବେ ଏଭଳି ଅଜବ ଦଣ୍ଡ ଦେଖିବାକୁ ମିଳିଛି ଉତ୍ତର କୋରିଆରେ । ଯଦି କୌଣସି ବ୍ୟକ୍ତି କୌଣସି ଅପରାଧ କରେ ତେବେ ତା’ର ଦଣ୍ଡ ତା’ର ପରିବାର ଲୋକଙ୍କୁ ଭୋଗିବାକୁ ପଡିଥାଏ । ଏଥିରେ ଛୋଟ ଶିଶୁଠାରୁ ଆରମ୍ଭ କରି ବୃଦ୍ଧଙ୍କୁ ମଧ୍ୟ ନିସ୍ତାର ମିଳି ନଥାଏ ।ସମସ୍ତଙ୍କ ପାଇଁ ରହିଛି ସମାନ ଦଣ୍ଡ ।

ଘରେ ବାଇବେଲ ରଖିବା ଉପରେ ପ୍ରତିବନ୍ଧକ
ଉତ୍ତର କୋରିଆରେ ବାଇବେଲକୁ ଆଧୁନିକ ପରମ୍ପରାର ପ୍ରତୀକ ବୋଲି ମାନନ୍ତି । ଯେଉଁଥିପାଇଁ ଏହା ସଂପୂର୍ଣ୍ଣ ଭାବେ ନିଷେଧ ଅଟେ । ସେଠାରେ କେବଳ ଗୋଟିଏ ଭଗବାନଙ୍କର ପୂଜା କରାଯାଏ, ସେ ହେଉଛନ୍ତି ସେଠାକାର ସରକାର । ଏବଂ ଶାସକ ପରିବାର ତଥା କିଙ୍ଗ ଫ୍ୟାମିଲି ।

ଗାଡି ଚଳାଇବାରେ ପ୍ରତିବନ୍ଧକ
ଉତ୍ତର କୋରିଆରେ କେବଳ ରାଜ୍ୟ ଅଧିକାରୀମାନଙ୍କୁ ଗାଡି ରଖିବା ପାଇଁ ଅନୁମତି ଦିଆଯାଇଛି । ତେବେ ସେଠାରେ ପାଖାପାଖି ୧୦୦ ପ୍ରତିଶତ ଲୋକଙ୍କ ମଧ୍ୟରୁ ମାତ୍ର ୧୦ପ୍ରତିଶତ ଲୋକଙ୍କ ପାଖରେ ଗାଡି ରହିଛି ।

ଏହାସହ ମଧ୍ୟ ପଢନ୍ତୁ-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଏଣିକି ମାଗଣାରେ ଦେଖିପାରିବେ ସିନେମା ଏବଂ ଟେଲିଭିଜନ