ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଏଣିକି ମାଗଣାରେ ଦେଖିପାରିବେ ସିନେମା ଏବଂ ଟେଲିଭିଜନ

40

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ରେଳରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କୁ ଆଉ ବୋର୍ ହେବାକୁ ପଡିବ ନାହିଁ । କାରଣ ଯାତ୍ରୀଙ୍କ ମନୋରଂଜନ ପାଇଁ ରେଳ ମନ୍ତ୍ରାଳୟ ଆଣିଛନ୍ତି ଏକ ନୂଆ ବ୍ୟବସ୍ଥା ।

ସୂଚନା ମୁତାବକ, ରେଳ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ରେଳ ଷ୍ଟେସନମାନଙ୍କରେ ମନୋରଂଜନ ତଥା ଟିଭି ଧାରାବାହିକ, ସିନେମା, ପିଲାଙ୍କ ପାଇଁ ଉର୍ଦ୍ଦିଷ୍ଟ ଧାରାବାହିକ, ଆଧ୍ୟାତ୍ମିକ ଧାରାବାହିକ, ଗୀତ,ଭଜନ, ଇ-ପେପର, ଖେଳ ଏବଂ ଶିକ୍ଷା ଆଦିର ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଯାହା ଦ୍ୱାରା ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ସମୟରେ ନିଜ ଘର ଭଳି ପରିବେଶ ଅନୁଭବ କରିବେ । ତେବେ ରେଳ ମନ୍ତ୍ରାଳୟ ପକ୍ଷରୁ ଯାତ୍ରୀଙ୍କ ପାଇଁ ଏଭଳି ବ୍ୟବସ୍ଥା ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବାକୁ ଯାଉଛି ।

ତେବେ, ରେଳ ବିଭାଗର ଆମଦାନୀ ବୃଦ୍ଧି କରିବା ଉର୍ଦ୍ଦେଶ୍ୟରେ ରେଳ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରେଳ ଷ୍ଟେସନମାନଙ୍କରେ ଏଭଳି ସୁବିଧା ଦିଆଯିବା ଭଳି ପଦକ୍ଷେପ ନିଆଯାଇଛି । ଯାହାର ଆରମ୍ଭ ଚଳିତ ମାସ ଶେଷ ସପ୍ତାହକୁ କରିପାରନ୍ତି ବୋଲି ସୂଚନା ମିଳିଛି ।