ଟିମ୍ ଇଣ୍ଡିଆର କୋଚ୍ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲେ ସନ୍ଦୀପ ପାଟିଲ ! ସଚିନ, ସୌରଭ ଓ ଲକ୍ଷ୍ମଣଙ୍କ ଉପରେ ବର୍ଷିଲେ ପୂର୍ବତନ ଚୟନ କମିଟି ମୁଖ୍ୟ

35

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର କୋଚ୍ ନିଯୁକ୍ତି ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ଦଳର ପୂର୍ବତନ ଚୟନ କମିଟି ମୁଖ୍ୟ ସନ୍ଦୀପ ପାଟିଲ । ଯେଉଁମାନେ ନିଜେ କେବେ କୋଚ୍ ହୋଇନାହାନ୍ତି ସେମାନେ କିପରି କୋଚ୍ ଚୟନ କରିବେ ବୋଲି ପ୍ରଶ୍ନ କରିଛନ୍ତି ପାଟିଲ । ସିଏସିର ତିନି ସଦସ୍ୟ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣଙ୍କୁ ନେଇ ଏପରି ପ୍ରଶ୍ନ ଉଠାଇଛନ୍ତି ସନ୍ଦୀପ ପାଟିଲ । ରବି ଶାସ୍ତ୍ରୀଙ୍କୁ ଟିମ୍ ଇଣ୍ଡିଆର କୋଚ୍ ନିଯୁକ୍ତ କରିବା ଘଟଣାକୁ କଡା ସମାଲୋଚନା କରିଛନ୍ତି ପାଟିଲ ।

ପୂର୍ବତନ ଚୟନ କମିଟି ମୁଖ୍ୟ ସନ୍ଦୀପ ପାଟିଲ କହିଛନ୍ତି ଯେ ସବୁ କିଛି ଭୁଲ ହୋଇଛି । ସଚିନ, ସୌରଭ ଓ ଲକ୍ଷ୍ମଣଙ୍କୁ କୋଚ୍ ବାଛିବା ଅଧିକାର ଦେବା ଉଚିତ ନଥିଲା ବୋଲି ସେ କହିଛନ୍ତି । ସଚିନ, ସୌରଭ ଓ ଲକ୍ଷ୍ମଣ କ୍ରିକେଟରେ ଅନେକ କୀର୍ତ୍ତୀମାନ ସୃଷ୍ଟି କରିଥିବା ସ୍ୱୀକାର କରିଛନ୍ତି ସନ୍ଦୀପ ପାଟିଲ । କିନ୍ତୁ ସେମାନେ କେବେ କୋଚ୍ ଭାବେ କାମ କରିନାହାନ୍ତି ବୋଲି ପାଟିଲ କହିଛନ୍ତି ।