ବାହାରେ ରୋଗୀ, ମଶାରୀ ଭିତରେ ଡାକ୍ତର ! ମୋବାଇଲ ଲାଇଟରେ ପ୍ରେସିକ୍ରିପସନ୍ ଲେଖୁଛନ୍ତି ବ୍ରଜ କିଶୋର ସ୍ୱାଇଁ

40

କନକ ବ୍ୟୁରୋ : ମଶାରୀ ଭିତରେ ଡାକ୍ତର, ବାହାରେ ରୋଗୀ । ଡିମ୍ ଲାଇଟରେ ଯେତେବେଳେ ଡାକ୍ତରବାବୁ ଡାକ୍ତରଖାନାରେ ବିଶ୍ରାମ ନିଅନ୍ତି, ଆଉ ବାଧ୍ୟ ହୋଇ ରୋଗୀ ଦେଖିବାକୁ ପଡେ  । ରୋଗୀ ସଂପର୍କୀୟଙ୍କ ମୋବାଇଲ ଆଲୁଅରେ ପ୍ରେସିକ୍ରିପସନ୍ ଲେଖନ୍ତି । ରୋଗୀ ଦେଖୁଛନ୍ତି, ଔଷଧ ବି ଲେଖୁଛନ୍ତି ହେଲେ ମଶାରୀ ଭିତରକୁ ବାହାରୁ ନାହାନ୍ତି । ଏଭଳି ରୋଗୀ ସେବା ଚାଲିଛି ବାଲେଶ୍ୱର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।

ମସାରୀ ଭିତରେ ରହି ଚିକିତ୍ସା କରୁଥିବା ଡାକ୍ତର ହେଉଛନ୍ତି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ ଶିଶୁ ରୋଗ ବିଶେଷଜ୍ଞ ବ୍ରକ କିଶୋର ସ୍ୱାଇଁ । ଡାକ୍ତରବାବୁ ଦିନରେ ଡ୍ୟୁଟି କରନ୍ତି ନାହିଁ । କାରଣ ବାବୁ ଘରୋଇ କ୍ଲିନିକରେ ଚିକିତ୍ସା କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହଠାତ୍ ରୋଗୀ ପହଂଚି ଡାକ୍ତରଙ୍କୁ ଡାକିବା ପରେ ସେ ନିଦରୁ ଉଠିଛନ୍ତି ହେଲେ ମଶାରୀ ବାହାରକୁ ଆସୁନାହାନ୍ତି । ନିଦ ମଳମଳ ହୋଇ ମେଡିସିନି ଲେଖୁଛନ୍ତି, ଯେଉଁଥିରେ କିଛି ତ୍ରୁଟି ହେବାର ସମ୍ଭାବନା ରହିଛି ।