ବକ୍ସିଙ୍ଗ ୱାଲର୍ଡ ଚାମ୍ପିଅନସିପରେ ଭାରତୀୟ ମହିଳା ଜିତିଲେ ମ୍ୟାଚ୍, ରିଙ୍ଗ ଭିତରକୁ ବୋତଲ ଫିଙ୍ଗିଲେ ବୁଲଗେରିଆ କୋଚ୍

ସୋନିୟା ଚହଲ ବୁଲଗେରିଆର ପୂର୍ବ ଚାମ୍ପିଅନ୍ ଖେଳାଳୀ ଷ୍ଟେନିମିରାଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି ।

92

ଭାରତୀୟ ମହିଳା ବକ୍ସର ସୋନିୟା ଚହଲ ବୁଲଗେରିଆର ପୂର୍ବ ଚାମ୍ପିଅନ୍ ଖେଳାଳୀ ଷ୍ଟେନିମିରାଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି । ସୋନିୟା ଏହି ମୁକାବିଲା ୨୯-୨୮, ୨୯-୨୮, ୨୮-୨୯, ୨୯-୨୮, ୨୮-୨୯ ରେ ଜିତିଲେ । କ୍ୱାର୍ଟର ଫାଇନାଲରେ ତାଙ୍କର କଲୋମ୍ବିଆର ମାର୍ସେଲା କାଷ୍ଟେନାଡା ସହିତ ସାମନା ହେବ ।

ହାରିବା ପରେ ବୁଲଗେରିଆ ଖେଳାଳୀ ଓ ତାଙ୍କ କୋଚ୍ ପିଟର ୟେସିଫୋବ ଅମ୍ପାୟାର ଉପରେ ପ୍ରଶ୍ନ ଉଠାଇଛନ୍ତି । ମ୍ୟାଚ ଶେଷ ହେବା ପରେ ଷ୍ଟେନିମିରା ବିଚାରକଙ୍କ ଉପରେ ଭୁଲ ଫଇସଲା କରିବାର ଅଭିଯୋଗ ଆଣିଲେ ଓ ତାଙ୍କୁ ଭ୍ରଷ୍ଟ କହିଲେ । ସେ କହିଲେ କି, “ଏହା ଠିକ୍ ନିଷ୍ପତ୍ତି ନୁହେଁ ଓ ମୁଁ ଏହାକୁ ନେଇ ଖୁସି ନୁହେଁ । ମୁଁ ମୁକାବିଲା ଜିତିଥିଲି ।” କୋଚ୍ ପିଟର ଫଇସଲାର ବିରୋଧ କରି ରିଙ୍ଗ ଭିତରକୁ ବୋତଲ ଫିଙ୍ଗିଲେ । ଅନ୍ତର୍ଜାତୀୟ ବକ୍ସିଙ୍ଗ ସଂଘ ପିଟରଙ୍କ ମାନ୍ୟତା ରଦ୍ଦ କରିଦେଲେ ।

ମ୍ୟାଚ ଜିତିବା ପରେ ଭାରତୀୟ ଖେଳାଳୀ ସୋନିୟା କହିଲେ କି, “ବିଚାରକ ବିଜେତାର ଫଇସଲା କରନ୍ତି ଓ ଏହା ଠିକ୍ ନିଷ୍ପତ୍ତି ଥିଲା ।” ଅନ୍ୟ ଏକ ମୁକାବିଲାରେ ଏମିତି ଫଇସଲା ପାଇଁ ଭାରତୀୟ ଖେଳାଳୀ ସ୍ୱିଟିଙ୍କୁ ମଧ୍ୟ ହାରିବାକୁ ପଡିଥିଲା । ଏହା ପୂର୍ବରୁ ଭାରତର ଏଲ ସରିତା ଦେବୀ ମଧ୍ୟ ବିବାଦୀୟ ନିଷ୍ପତ୍ତି ପାଇଁ ହାରି ଯାଇଥିଲେ । କିନ୍ତୁ ସେ ବିଚାରକଙ୍କ ଫଇସଲାକୁ ଚ୍ୟାଲେଂଜ କରିନଥିଲେ ।