ମିଛ କହି ଆଉ ଖସି ପାରିବେନି ମହିଳା ! କୋର୍ଟର ନିର୍ଦ୍ଦେଶ- ଅଭିଯୋଗୀକାରଣୀଙ୍କ ଏହି ଗୋଟିଏ ଭୁଲ ପାଇଁ ଭୋଗିବାକୁ ପଡିବ ବଡ ପରିଣାମ
ମହାରାଷ୍ଟ୍ରର ଏକ ସ୍ୱତନ୍ତ୍ର ଅଦାଲତ ଜଣେ ଦୁଷ୍କର୍ମ ପୀଡିତାଙ୍କଠାରୁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଫେରସ୍ତ ଦେବାକୁ ନିର୍ଦ୍ଦେଶ ଦେଇଛି । ତେବେ ଏହା ହେଉଛି ପ୍ରଥମ ମାମଲା, ଯେଉଁଠି କୋର୍ଟ ଏଭଳି ନିଷ୍ପତି ଶୁଣାଇଛି । କାହିଁକି ନା ପୀଡିତା ନିଜର ବୟାନରେ କାଏମ ରହିନଥିଲେ । ଏଭଳି ପରିସ୍ଥିତିରେ କୋର୍ଟ କହିଛି କି, ଯଦି ସହମତି ଦ୍ୱାରା ସବୁକିଛି ହୋଇଥିଲା ତେବେ କୋର୍ଟର ସମୟ କାହିଁକି ବରବାଦ କରାଗଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଗଣ ମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଏହି ମାମଲାରେ ପୀଡିତା ଏପ୍ରିଲ ୨୦୧୫ରେ ଏଫଆଇଆର ଦାଖଲ କରିଥିଲେ । ପୀଡିତାଙ୍କ ଅଭିଯୋଗ ରହିଥିଲା କି, ଅଭିଯୁକ୍ତ ଜଣକ ତାଙ୍କୁ ବିବାହର ମିଛ ପ୍ରତିଶ୍ରୃତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲା ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ତାଙ୍କ ଘର ଲୋକ କେହି ରାଜି ହୋଇନଥିଲେ ସେତେବେଳେ ସେ ତାଙ୍କୁ ବିବାହ କରିବାକୁ ରୋକ୍ ଠୋକ୍ ମନା କରିଦେଇଥିଲା ।
ଅଭିଯୋଗ କରିବା ସମୟରେ ପୀଡିତାଙ୍କ ବୟସ ୧୭ ବର୍ଷ ହୋଇଥିଲା । ମାତ୍ର ବର୍ତ୍ତମାନ କୋର୍ଟରେ ଦେଇଥିବା ନିଜ ବୟାନରେ ସେ କହିଥିଲେ କି, ତାଙ୍କର ଅଭିଯୋଗ ପରେ ପରେ ହିଁ ପୁଅର ବାପାମାଆ ମାନି ଯାଇଥିଲେ ଆଉ ଜାନୁଆରୀ ୨୦୧୭ରେ ତାଙ୍କର ବିବାହ ମଧ୍ୟ ହୋଇଥିଲା । ଏଥି ସହିତ ହିଁ ପୀଡିତା ଜଣକ କହିଥିଲେ କି, ସେ ଯେତେବେଳେ ଏନେଇ ଅଭିଯୋଗ କରିଥିଲେ ସେତେବେଳେ ସେ ନାବାଲିଙ୍ଗ ନଥିଲେ ଆଉ ନା ହିଁ ତାଙ୍କ ସହିତ କୌଣସି ଦୁଷ୍କର୍ମ ହୋଇଥିଲା ।
କୋର୍ଟ ମହିଳାଙ୍କର ଏଭଳି ଅଜବ ବୟାନ ଶୁଣି ଅସନ୍ତୋଷ ହୋଇଥିଲେ ଏବଂ ଏଭଳି ନିର୍ଦ୍ଦେଶ ଶୁଣାଇଥିଲା । କୋର୍ଟ ଆହୁରୀ ମଧ୍ୟ କହିଛି କି, ଏଭଳି ପ୍ରକାରର ମାମଲାରୁ କୋର୍ଟର ସମୟ ବରବାଦ ନକରନ୍ତୁ । ଯଦି ଯୁବତୀମାନେ ଏଭଳି ମିଛ ମକଦ୍ଦମା କରିବେ ତେବେ କୋର୍ଟ ବି ଓଲଟା ହିଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବ ।