ଏହି ଅଭିନେତ୍ରୀଙ୍କ ପରି ଦେଖାଯାଆନ୍ତି ଦବଙ୍ଗ ଗର୍ଲ! ଜାଣନ୍ତୁ, କାହିଁକି ନିଜର ତୁଳନା ନେଇ ରାଗିଗଲେ ସୋନାକ୍ଷୀ

66

ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କୁ ୨ ଜୁନରେ ପୁରିଛି ୩୦ ବର୍ଷ । ସୋନାକ୍ଷୀ ଯେତେବେଳେ ସିନେମା ଦବଙ୍ଗରେ ବଲିଉଡ ଡେବ୍ୟୁ କରିଥିଲେ, ସେହି ସମୟରେ ଲୋକମାନେ ତାଙ୍କର ଚେହେରାର ତୁଳନା ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ରୀନା ରୟଙ୍କ ସହ କରିଥିଲେ । ପ୍ରକୃତକଥା ହେଲା ରୀନା ରୟଙ୍କକ ସହ ସୋନାକ୍ଷୀ ସିହ୍ନାଙ୍କୁ ତୁଳନା କରିବାର ଆଉ ଏକ କାରଣ ହେଲା ପୂର୍ବରୁ ରୀନା ରୟ ଓ ଶତ୍ରୃଘ୍ନ ସିହ୍ନାଙ୍କ ମଧ୍ୟରେ ଥିଲା ପ୍ରେମସମ୍ପର୍କ ।

ତେଣୁ ଏପରି ତୁଳନା ନେଇ ସୋନାକ୍ଷୀ ବହୁତ ରାଗିଯାଇଥିଲେ । କେବଳ ଏତିକି ନୁହଁ ସୋନାକ୍ଷୀଙ୍କ ମା’ ମିଡିଆ ସାମ୍ନାରେ ମଧ୍ୟ ଅନେକ କଥା କହିଥିଲେ । ଖବର ଅନୁସାରେ ରୀନା ରାୟ ତାଙ୍କର ପେଶାଦାର ଜୀବନ ବି ଗ୍ରେଡ ସିନେମାରୁ ଆରମ୍ଭ କରିଥିଲେ । ରୀନାଙ୍କ ପ୍ରଥମ ସଫଳ ସିନେମା ଥିଲା ‘କାଳୀଚରଣ’ ଯେଉଁଠି ସେ ଶତ୍ରୃୁଘ୍ନଙ୍କ ସହ ଅଭିନୟ କରିଥିଲେ ।

ଏହି ସିନେମା ପରଠାର ହିଁ ରୀନା ରୟ ଓ ଶତ୍ରୃଘ୍ନଙ୍କର ପ୍ରେମସର୍ମ୍ପକ ଗଢ଼ି ଉଠିଥିଲା ଏବଂ ଏହି ସମ୍ପର୍କ ୭ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ଯେତେବଳେ ରୀନା ରୟ ବିଦେଶରେ ଥିିଲେ ସେତେେବେଳ ଶତ୍ରଘ୍ନ ସିହ୍ନା ପୁନମଙ୍କୁ ବିବାହ କରି ନେଇଥିଲେ । ସୂଚନା ଅନୁସାରେ ଶତ୍ରୁଘ୍ନ ବିବାହ ପରେ ମଧ୍ୟ ରୀନାଙ୍କ ସହ ସଂମ୍ପର୍କରେ ଥିଲେ ।