ମା’କୁ ଭୁଜାଲିରେ ହାଣି ହତ୍ୟା କଲା ପୁଅ ! ବିବାହିତ ଝିଅକୁ ଘରେ ରଖିବା ନେଇ ମା ,ପୁଅଙ୍କ ମଧ୍ୟରେ ଲାଗିରହୁଥିଲା ଝଗଡା

222

କନକ ବ୍ୟୁରୋ : ଘରୋଇ କଳିର କରୁଣ ପରିଣତି । ଭୁଜାଲିରେ ହାଣି ମା’କୁ ହତ୍ୟା କଲା ପୁଅ । କେନ୍ଦ୍ରାପଡା ଡେରାବିଷ ଥାନା ଦୁମୁକା ଗାଁରେ ଏଭଳି ଅଘଟଣ ଘଟିଛି । ତୁଳସୀ ଓ ତାଙ୍କ ପୁଅ କମଳାକାନ୍ତର ଅଧିକାଂଶ ସମୟ ନିଜ ଝିଅ ନେଇ ଝଗଡା ଲାଗିରହୁଥିଲା । ତୁଳସୀ ତାଙ୍କର ବିବାହିତ ଝିଅକୁ ଘରେ ରଖିବାକୁ ଚାହୁଁଥିବାରୁ ପୁଅ ଏହାକୁ ବିରୋଧ କରୁଥିଲା ।

ତେବେ ଘରେ କେହି ନଥିବା ବେଳେ କମଳାକାନ୍ତ ମାକୁ କୁକୁଡା ଫାର୍ମକୁ ନେଇ ଭୂଜାଲିରେ ହାଣି ହତ୍ୟା କରିଥିଲେ । ପରେ ଛାତ ଉପରୁ ପଡି ମାର ମୃତ୍ୟୁ ହୋଇଥିବା ଥାନାରେ ଏତଲା ହୋଇଥିଲା । ଏହା ପରେ ପୁଲିସର ପଚରାଉଚରା ପରେ ପରିବାର ଲୋକଙ୍କ କଥାରେ ତାଳମେଳ ରହିନଥିବାରୁ ପୁଅକୁ ଅଟକ ରଖି ପଚରାଉଚରା ସେ ସତ ସ୍ୱୀକାର କରିଥିଲା ।