ଚିଲିକା ଡଙ୍ଗା ବୁଡିରେ ସ୍ୱାମୀ ଓ ପୁଅଙ୍କୁ ହରାଇଥିବା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

23

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଚିଲିକା ଡଙ୍ଗା ବୁଡିରେ ପ୍ରାଣ ହରାଇଥିବା ଖଲିକୋଟ ନୂଆସାହିର ପ୍ରଭାକର ସାହୁଙ୍କ ପତ୍ନୀ ନମିତା ସାହୁ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତି କରାଯାଇଛି । ଚିଲିକା ଡଙ୍ଗା ବୁଡିରେ ୩୦ବର୍ଷ ବୟସ୍କ ପ୍ରଭାକର ଓ ତାଙ୍କର ଅଢ଼େଇ ବର୍ଷର ପୁଅ ପ୍ରାଣ ହରାଇଛନ୍ତି । ସ୍ୱାମୀ ଓ ପୁଅଙ୍କୁ ହରାଇ ଭାଙ୍ଗି ପଡି ଏଭଳି ଚରମ ପଦକ୍ଷେପ ନେଇଛନ୍ତି ନମିତା ।