କନକ ବ୍ୟୁରୋ : ନବ ନିର୍ମାଣ କୃଷକ ସଂଘର ଉପଦେଷ୍ଟା ସୈାମ୍ୟରଂଜନ ପଟ୍ଟନାୟକଙ୍କୁ ଅଟକ ରଖିଲା ପୁଲିସ । ସତ୍ୟାଗ୍ରହ ଆରମ୍ଭ ହେଲା ,ଏହା ଘରେ ଘରେ ପହଁଚିବ ଏବଂ ଯୋ ଡର ଗୟା , ୱ ମର୍ ଗୟା , ଆମେ ଡରିନୁ ବୋଲି ନିଜ ପ୍ରତିକ୍ରିୟାରେ କହିଲେ ସୈାମ୍ୟରଂଜନ ପଟ୍ଟନାୟକ । ଚାଷୀଙ୍କ ଉପରେ ଦମନଲୀଳା ଚଳାଉଛି ପୁଲିସ । ସରକାରୀ କଳକୁ ବ୍ୟବହାର କରି ଚାଷୀଙ୍କ ଉପରେ ବିଜେଡି ସରକାର ବ୍ରିଟିସ ରାଜ ଚଳାଇଥିବା ଅଭିଯୋଗ କରିଛନ୍ତି କୃଷକ ସଂଗଠନର ସଦସ୍ୟମାନେ ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜଧାନୀ ସମାବେଶରେ ଯୋଗ ଦେବାକୁ ଆସୁଥିବା ଚାଷୀଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇଥିଲା ପୁଲିସ । ବିଭିନ୍ନ ରେଳ ଷ୍ଟେସନରେ ଚାଷୀ ଟ୍ରେନରୁ ଓହ୍ଲାଇବା ମାତ୍ରେ ଅଟକାଇ ଦିଆଯାଇଥିଲା । ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି ।
ଦେଖନ୍ତୁ ଏହି ଭିଡିଓ –