ଏଣିକି ବାପାମାଙ୍କୁ ର୍ଦୁବ୍ୟବହାର ପଡିବ ମହଙ୍ଗା : ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ବମ୍ବେ ହାଇକୋର୍ଟ, ସନ୍ତାନଙ୍କୁ ଦେଇଥିବା ସଂପତି ଫେରାଇ ଆଣିପାରିବେ ପିତାମାତା

87

ବାପା ମାଙ୍କୁ ର୍ଦୁବ୍ୟବହାର କରିବା ମହଙ୍ଗା ପଡିବ । ବମ୍ବେ ହାଇକୋର୍ଟ ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବୟସ୍କ ପିତାମାତାଙ୍କୁ ପିଲାମାନେ ଦୁର୍ବ୍ୟବହାର କଲେ ତାଙ୍କ ଭାଗରେ ପଡିଥିବା ସଂପତି ମଧ୍ୟ ପିତାମାତାଙ୍କୁ ଫେରାଇବାକୁ ପଡିବ । ବରିଷ୍ଠ ନାଗରିକଙ୍କ ସୁରକ୍ଷା ସଂପର୍କିତ ଆଇନ ଆଧାରରେ ମୁମ୍ବାଇ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି ।

ମୁମ୍ବାଇର ଏକ ଘଟଣାରେ ପୂଅ ବୋହୂ ବାପା ମାଙ୍କୁ ଦୁର୍ବବ୍ୟହାର କରିବା ନେଇ ଏକ ମାମଲା ରୁଜୁ ହୋଇଥିଲା । ଏହାର ଣୁଣାଣି କରି ଏକ ଟ୍ରିବ୍ୟୁନାଲ ପୁଅର ସଂପତି ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଟ୍ରିବ୍ୟୁନାଲର ଏହି ନିର୍ଦ୍ଦେଶକୁ ଚ୍ୟାଲେଂଜ କରି ହାଇକୋର୍ଟ ଯାଇଥିଲେ ପୁଅ ଓ ବୋହୂ । ବାପର ସଂପତିରେ ସେମାନଙ୍କର ଅଧିକାର ଅଛି ବୋଲି ସେମାନେ ବମ୍ବେ ହାଇକୋର୍ଟରେ ଯୁକ୍ତି ବାଢିଥିଲେ ।

ତେବେ ସବୁ ପକ୍ଷର ଶୁଣାଣି କରି ବମ୍ବେ ହାଇକୋର୍ଟ ବୟସ୍କ୍ ପିତାମାତାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ଏବଂ ପୁଅକୁ ଘରର ୫୦ ପ୍ରତିଶ୍ରତ ଭାଗ ଦେଇଥିବା ସଂପତିକୁ ବାପା ମାଙ୍କ୍ୁ ଫେରାଇବାକୁ କୋର୍ଟ ରାୟ ଦେଇଥିଲେ । ଏହି ରାୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ଚର୍ଚ୍ଚା ହେଉଛି । ସେହି ଦିଗଟି ହେଲା ବାପା ମା ହସ୍ତାକ୍ଷର କରି ସଂପତି ଦେବା ପରେ ମଧ୍ୟ ସଂପତି ଉପରେ ପୁଅ ଅପେକ୍ଷା ବାପାର ଅଧିକାର ଅଧିକ ।