ପ୍ରିୟଙ୍କା ସେନାକୁ ପିଙ୍କି ସେନା କହି ସମ୍ବୋଧନ କଲେ ୟୁଜର୍ସ ! ସୋସିଆଲ୍ ମିଡିଆରେ ଡ୍ରେସ୍ କୋଡ୍ ନେଇ ଟ୍ରୋଲର ଶିକାର ହେଲେ ପ୍ରିୟଙ୍କାଙ୍କ ଗୋଲାପୀ ସେନା ।

188

ଉତ୍ତରପ୍ରଦେଶ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାଁରେ ପ୍ରିୟଙ୍କା ସେନା ସୋମବାର ଟ୍ରୋଲ୍ସର ଶିକାର ହୋଇଛନ୍ତି । ରାଜଧାନୀ ଲଖନଉଁରେ ଗୋଟିଏ ପଟେ ପ୍ରିୟଙ୍କାଙ୍କ ରୋଡ୍ ଶୋ’ ଚାଲିଥିବାବେଳେ ଅନ୍ୟପଟେ ସୋସିଆଲ୍ ମିଡିଆରେ ୟୁଜର୍ସ ପ୍ରିୟଙ୍କା ସେନାକୁ ଟ୍ରୋଲ୍ କରିଥିଲେ । ଟ୍ୱିଟରରେ ୟୁଜର୍ସ ଫଟୋ,ଭିଡିଓ ଏବଂ ମଜାଦାର ମେମ୍ମସ୍ ସେୟାର୍ କରି ପ୍ରିୟଙ୍କା ସେନାକୁ ଟ୍ରୋଲ୍ କରିଥିଲେ ।

ଟ୍ରୋଲ୍ କରୁଥିବା ଲୋକମାନେ #pappuaurpinkikiparty ଏବଂ #PinkSena ହ୍ୟାସଟାଗରେ ପୋଷ୍ଟ୍ କରୁଛନ୍ତି । କିଛି ଲୋକ ପ୍ରିୟଙ୍କା ସେନାକୁ ‘ପିଙ୍କି ସେନା’ ନାଁରେ ମଧ୍ୟ ସମ୍ବୋଧନ କରିଛନ୍ତି । ଆଉ କିଛି ଲୋକ କହିଛନ୍ତି ଯେ ଭିଣୋଇ ଭାଇ ଭଦ୍ରାଙ୍କ ପ୍ୟାଣ୍ଟ୍ ସହ ପିଙ୍କି ସେନାର ସାର୍ଟ ମ୍ୟାଚ୍ କରୁଛି ।

ତେବେ ପ୍ରିୟଙ୍କା ସେନା କାର୍ଯ୍ୟକର୍ତ୍ତା ଗୋଲାପୀ ରଙ୍ଗର ଟି-ସାର୍ଟ ପିନ୍ଧି ସାର୍ଟ ଉପରେ ଏକ ଖାସ୍ ସନ୍ଦେଶ ବି ଲେଖିଛନ୍ତି । ସାର୍ଟରେ ପ୍ରିୟଙ୍କାଙ୍କ ଫଟୋ ରହିଥିବା ସହ ‘ଦେଶ କେ ସମ୍ନାନ ମେଁ ପ୍ରିୟଙ୍କା ମେଦାନ୍ ମେଁ ’ ର ନାରା ବି ଦିଆଯାଇଛି । ମାନ ଭି ଦେଙ୍ଗେ,ସମ୍ନାନ ଭି ଦେଙ୍ଗେ,ୱକ୍ତ୍ ପଡେଗା ତୋ ଜାନ୍ ଭି ଦେଙ୍ଗେ ଭଳି ସ୍ଲୋଗାନ୍ ଏହି ସାର୍ଟରେ ଲେଖାହୋଇଛି ।