ସୋଆ ଫେକ୍ ଫ୍ଲେସମେଂଟ ମାମଲାର ଫିଟୁଛି ଗୁମର ! ବାହାର ରାଜ୍ୟକୁ ଲମ୍ବିଛି ଚେର

19

କନକ ବ୍ୟୁରୋ : ସୋଆ ଫେକ ଫ୍ଲେସମେଂଟ ମାମଲା ଚେର ବାହାର ରାଜ୍ୟକୁ ଲମ୍ବିଛି । ଏଥିପାଇଁ ୨୫ ଜଣଙ୍କୁ ଚିହ୍ନଟ କରିଛି କମିଶନରେଟ ପୋଲିସ୍ । ଏହି ୨୫ ଜଣଙ୍କୁ ଜେରା ପାଇଁ ବାହାର ରାଜ୍ୟକୁ ଯିବ ପୋଲିସ୍ ଟିମ୍ ।ଏଥିପାଇଁ ୩ଟି ଟିମ୍ ଗଠନ କରାଯାଇଛି ।

ସେପଟେ ପ୍ଲେସମେଂଟ ମାମଲାରେ ଗିରଫ ପ୍ଲେସମେଂଟ ଡିନ ରାଜକୁମାର ହୋତାଙ୍କୁ ରିମାଣ୍ଡରେ ନେବାକୁ ପୁଣି ଆବେଦନ କରିବ କମିଶନରେଟ ପୋଲିସ୍ । ହୋତାଙ୍କ ରିମାଣ୍ଡ ଅବଧି ଆଜି ସରୁଛି । ସେହିଭଳି ଜବତ କମ୍ପ୍ୟୁଟରକୁ ସାଇବର ସେଲକୁ ପଠାଯିବ ବୋଲି ସୂଚନା ମିଳିଛି ।