ଦିନକୁ ଦିନ ଫିଟୁଛି ସୋଆ ଗୁମର ! କଟକରେ ଓଡ଼ିଶା ଷ୍ଟୁଡ଼େଂଟ ଲିଡ଼ର ଫୋରମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

32

କନକ ବ୍ୟୁରୋ : ଦିନକୁ ଦିନ ଫିଟୁଛି ସୋଆ ଗୁମର । ୟୁନିିଭର୍ସିଟିର କେଳକାରୀଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବଢୁଛି । ଏବେ ଜୋର ଧରିଛି ସୋଆ ମୁଖ୍ୟଙ୍କ ଗିରଫ ଦାବି । କଟକରେ ଆଜି ଓଡ଼ିଶା ଷ୍ଟୁଡ଼େଂଟ ଲିଡ଼ର ଫୋରମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ଲେସମେଂଟ ଠକେଇ ପରେ ସଂସ୍ଥା କଳାକାରନାମା ପଦାକୁ ଆସିଥିବା ବେଳେ ସଂସ୍ଥା ମୁଖ୍ୟ ମନୋଜ ନାୟକଙ୍କ ଗିରଫ ଦାବି କରିଛି ଓଡ଼ିଶା ଷ୍ଟୁଡ଼େଂଟ ଲିଡ଼ର ଫୋରମ । ଛାତ୍ରଛାତ୍ରୀଙ୍କ ଭିବିଷ୍ୟତକୁ ନେଇ ବିଶ୍ୱବିଦ୍ୟାଳୟ ଖେଳ ଖେଳୁଥିବା ବେଳେ ଏଥିରେ ସରକାରୀ ଦଳର ନେତାଙ୍କ ସମ୍ପୃକ୍ତି ରହିଛି । ତେଣୁ ଏହି ଘଟଣାର ତଦନ୍ତ ଦାବି କରି କେନ୍ଦ୍ରାଂଚଳ ଆରଡ଼ିସିଙ୍କୁ ଦାବିପତ୍ର ପ୍ରଦାନ କରିଛି ଷ୍ଟୁଡ଼େଂଟ ଲିଡ଼ର ଫୋରମ୍ ।