ଥଣ୍ଡାକୁ ନାହିଁ ଖାତିର ! ଉତରାଖଣ୍ଡରେ ବରଫପାତର ମଜା ନେଉଛନ୍ତି ପର୍ଯ୍ୟଟକ

21

କନକ ବ୍ୟୁରୋ: ଗୋଟିଏ ପଟେ ବରଫ ଝଡ ପାଇଁ ଆଫଗାନିସ୍ଥାନରେ ମୃତ୍ୟୁର ତାଣ୍ଡବ ଚାଲିଥିବାବେଳେ ଅନ୍ୟପଟେ କିନ୍ତୁ ଉତରାଖଣ୍ଡରେ ବରଫପାତର ମଜା ନେଉଛନ୍ତି ପର୍ଯ୍ୟଟକ । ଉତରାଖଣ୍ଡର ଆଉଲୀରେ ପର୍ଯ୍ୟଟକମାନେ ବରଫପାତର ଭରପୁର ମଜା ନେଉଥିବାର ଦେଖିବାକୁ ମିଳିଥିଲା ।

ପର୍ଯ୍ୟଟକମାନେ ବରଫରେ ସ୍କେଟିଂ କରିଥିଲେ । ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଥଣ୍ଡାକୁ ଖାତିର ନକରି ଏହି ସ୍କେଟିଂକୁ ବେଶ ଉପଭୋଗ କରିଥିଲେ ।