ନକ୍ସଲଙ୍କୁ ନାକେଦମ କରୁଛି ‘ସ୍ନିଫର ଡଗ’ !

31

କୁକୁର ଯେପରି ବିଶ୍ୱସ୍ତ ସେହିପରି ଦାୟିତ୍ୱ ସମ୍ପନ୍ନ । ଛତିଶଗଡ ପୁଲିସ୍ଙ୍କର କୁକୁରଦଳରେ ସାମିଲ ସ୍ନିଫର କୁକୁରଙ୍କ ବିଷୟରେ ଅନେକ ସଫଳତା ଲେଖାହୋଇଛି । ନକ୍ସଲଙ୍କ ଅନେକ ଷଡଯନ୍ତ୍ର ରୋକିବାରେ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି । ନକ୍ସଲ ପ୍ରଭାବିତ ଅଂଚଳରେ ଏହି କୁକୁରମାନେ ବିସ୍ମୟକର କାର୍ଯ୍ୟ କରିଛନ୍ତି । ଶହ ଶହ ବୋମା ଖୋଜିବାରେ ଏମାନେ ସଫଳ ହୋଇଛନ୍ତି, ଯାହାଦ୍ୱାରା ବଡ ବଡ ଘଟଣାଗୁଡିକୁ ସଠିକ୍ ସମୟ ମଧ୍ୟରେ ରୋକାଯାଇପାରିଛି । ତେଣୁ ଏହି କୁକୁର ଛତିଶଗଡ ପୋଲିସ କୁକୁର ସ୍କ୍ୱାର୍ଡର ସବୁଠାରୁ ଭରସାଯୋଗ୍ୟ ପାଲଟିଛି ।

adopt_retired_dog-660x330ଆଠଶହରୁ ଅଧିକ ବୋମା ଖୋଜିଛନ୍ତି
ଭିଲାଇ ସ୍ଥିତ କୁକୁର ତାଲିମ କେନ୍ଦ୍ରରେ ଶିକ୍ଷା ଲାଭ କରୁଥିବା ଏହି କୁକୁର ନକ୍ସଲଙ୍କ ଯୋଜନାକୁ ଧୂଳିସାତ କରିବାରେ ଅନେକ ସମୟରେ ସଫଳ ହୋଇଛନ୍ତି । ବିଗତ ୧୦ବର୍ଷ ମଧ୍ୟରେ ଏହି କୁକୁର ମାନେ ପ୍ରାୟ ୮୦୦ରୁ ଅଧିକ ଖୋଜି ବାହାର କରିବା ସହ ନକ୍ସଲଙ୍କ ଷଡଯନ୍ତ୍ରରେ ପାଣି ପକାଇ ଦେଇଚନ୍ତି । ଯଦି ଏହି ବୋମା ଖୋଜା ନହୋଇପାରିଥାଆନ୍ତା ତେବେ ଏହାର ଫଳସ୍ୱରୂପ ଯାହା ହୋଇଥାଆନ୍ତା ତାହା ଆପଣ ଏଠାରେ ଅନୁମାନ କରିପାରୁଥିବେ । କେବଳ ଏତିକି ନୁହେଁ, ଏହି ପ୍ରଶିକ୍ଷଣ କୁକୁର ୪୦୦ରୁ ଅଧିକ ଗୁରୁତର ଅପରାଧିକ ମାମଲାରେ ପୋଲିସକୁ ସାହାଯ୍ୟ କରିଛି ।

ଦିଆଯାଏ ବିଶେଷ ତାଲିମ
ଭିଲାଇରେ ୨୦୦୬ମସିହାରେ କୁକୁରମାନଙ୍କର ତାଲିମ କେନ୍ଦ୍ର ଆରମ୍ଭ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି କେନ୍ଦ୍ରରେ ପାଖାପାଖି ୧୫୦କୁକୁରଙ୍କୁ ପ୍ରଶିକ୍ଷଣ ଦିଆସାରିଛି । ଏହା ଅଂଚଳର ୨୭ଟି ଜିଲ୍ଲାରେ ରହିଛି । ସିଏଏଫର ୭ମ ବାଟାଲିଅନରେ ଏହି କୁକୁରଙ୍କୁ ତାଲିମ ଦିଆଯାଏ । ଏଠାରେ ଜର୍ମାନ ସେଫର୍ଡ, ଲାବ୍ରାଡର, ଡୋବରମ୍ୟାନ ଏବଂ ବେଲଜିୟମ ସେଫର୍ଡ କୁକୁରଙ୍କୁ ପ୍ରଶିକ୍ଷଣ ଦେଇଯାଇଥାଏ । ବୋମା, ଚୋରି ଏବଂ ଡକାୟତି ଘଟଣା ପରେ ପ୍ରମାଣକୁ ଖୋଜି କାଢିବାପାଇଁ ଏମାନଙ୍କୁ ତାଲିମ ଦିଆଯାଏ ।
ପୂର୍ବରୁ ଏହି ଟ୍ରେନିଙ୍ଗ ସେଣ୍ଟରରେ ଜର୍ମାନ ସେଫର୍ଡ, ଲାବ୍ରାଡୋର ଓ ଡୋବରମ୍ୟାନ ପ୍ରଜାତିର କୁକୁରଙ୍କୁ ତାଲିମ ଦିଆଯାଉଥିଲା । କିନ୍ତୁ ୨୦୧୬ ଠାରୁ କେବଳ ବେଲଜିୟମ ସେର୍ଫଡ ପ୍ରଜାତିର କୁକୁରଙ୍କୁ ବିଶେଷ ତାଲିମ ଦିଆଯାଉଛି ।କାରଣ ଏହି ପ୍ରଜାତିର କୁକୁର ଅଧିକ ଫୁର୍ତ୍ତି ଏବଂ ଅନ୍ୟ କୁକୁର ମାନଙ୍କ ତୁଳନାରେ ଏମାନଙ୍କ ବୟସ ମଧ୍ୟ ଅଧିକ । ଏମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ୯ମାସ ସମୟ ଲାଗିଥାଏ । ଏବଂ ଏମାନଙ୍କୁ କିଣିବା ପୂର୍ବରୁ ବିଶେଷଜ୍ଞଙ୍କର ପରାମର୍ଶ ନିଆଯାଇଥାଏ । ଏହାଛଡା ଏହି ପ୍ରଜାତିର କୁକୁରଙ୍କୁ କିଣିବା ପୂର୍ବରୁ ,ମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥାଏ ।