କାଜାକସ୍ତାନର କୁମ୍ଭକର୍ଣ୍ଣ ଗାଁ ! ଯେଉଁଠି ମାସ ମାସ ଧରି ଶୁଅନ୍ତି ଗ୍ରାମବାସୀ

25

ଅନେକ ରହସ୍ୟମୟ କାହାଣୀରେ ପରିପୁର୍ଣ୍ଣ ଦୁନିଆ । ସତଚେଷ୍ଟା ସତ୍ୱେ ଏମିତି ଅନେକ ରହସ୍ୟ ଓ ପହେଲୀ ଅଛି ଯାହାର ଗଣ୍ଠିକୁ ଖୋଲିବା ଆଜି ବି ଅସମ୍ଭବ । କେବଳ ରହସ୍ୟାବୃତ୍ତ ହୋଇ ରହିଯାଇଛି ଏହି ରହସ୍ୟ । ତେବେ ପ୍ରତିଦିନ ଏମିତି କିଛି ନା କିଛି ଘଟିଥାଏ ଯାହା କେବଳ ଆମକୁ ଭାବିବାକୁ ବାଧ୍ୟ କରିଥାଏ । ସେମିତି ଏକ ଘଟଣା ସାମ୍ନାକୁ ଆସିଛି କାଜାକସ୍ତାନର କାଟ୍ଟାଚି ଗାଁରୁ ।

‘ସ୍ଲିପି ହଲ୍ଲୋ’ ନାଁରେ ପରିଚିତ ଏହି ଗାଁରେ ଥରେ ଯିଏ ଶୁଏ ଅନେକ ମାସ ଯାଏ ଉଠି ନଥାଏ । ହୁଏତ ଏକଥା ଆପଣଙ୍କୁ ହଜମ ନ ହୋଇପାରେ କିମ୍ବା ଆପଣଙ୍କୁ ଏହା ଥଟ୍ଟା ପରିହାସ ଭଳି ଲାଗୁଥାଇପାରେ କିନ୍ତୁ ଏହା ସଂପୂର୍ଣ୍ଣ ସତ । ଗାଁର ଅଧିକାଂଶ ଲୋକ ଯେକୌଣସି ସ୍ଥାନରେ ଯେକୌଣସି ମୁହୂର୍ତ୍ତରେ ଶୋଇ ଯାଆନ୍ତି । ତେଣିକି ସେ ଘର ହେଉ ବା ବାହାର । ଆଉ ଥରେ ଶୋଇଲା ପରେ ଅନେକ ମାସ ଯାଏ ଉଠି ନଥାନ୍ତି ।

ଏହି ଅଜବ ଘଟଣା ପ୍ରଥମେ ୨୦୧୦ରେ ନଜରକୁ ଆସିଲା ଯେତେବେଳେ ପଢୁଥିବା ସମୟରେ ସ୍କୁଲର କିଛି ପିଲା ହଠାତ୍ ଶୋଇ ପଡିଲେ ଆଉ କିଛି ମାସ ପର୍ଯ୍ୟନ୍ତ ଶୋଇ ରହିଲେ । ଧୀରେ ଗାଁର ଅନ୍ୟ ଲୋକଙ୍କ ସହ ମଧ୍ୟ ଏଭଳି ହେବାକୁ ଲାଗିଲା । ପ୍ରାୟ ୬୦୦ ଲୋକ ଥିବା ଏହି ଗାଁର ୧୪ % ଲୋକ ଏହି ରୋଗରେ ପୀଡିତ ।

ଏହି ଘଟଣାକୁ ନେଇ ଅନେକ ପରୀକ୍ଷା ଓ ନିରୀକ୍ଷା ମଧ୍ୟ ହୋଇସାରିଛି । ହେଲେ ଏଯାଏ କୌଣସି ସଠିକ୍ କାରଣ ପାଇ ପାରି ନାହାନ୍ତି ବିଶେଷଜ୍ଞ । ଏହା କେବଳ ଗୋଟିଏ ରୋଗ ଯାହା ଦୂଷିତ ପାଣି ପାଇଁ ହେଉଛି ବୋଲି ଅନୁମାନ କରୁଛନ୍ତି । ହେଲେ ଏହାର ସଠିକ ପ୍ରମାଣ ମିଳି ପାରିନି । ତେବେ ଏହି ରହସ୍ୟ ଉପରୁ ପରଦା ଉଠାଇବାପାଇଁ ଏବେ ବି ଚେଷ୍ଟା ଜାରି ରହିଛି ।

ଏହା ସହ ଦେଖନ୍ତୁ କାହିଁକି ପର୍ଣ୍ଣ ସିନେମାକୁ କୁହାଯାଏ ବ୍ଲୁ ଫିଲ୍ମ ! ଜାଣନ୍ତୁ କାରଣ