ଚର୍ଚ୍ଚାରେ ଆଇଏଏସ୍ ଟପର୍ ଟିନା ଡାବିଙ୍କ ଲଭଷ୍ଟୋରୀ : ଲଭ୍ ଜିହାଦର ନାଁ ଦେଲା ହିନ୍ଦୁ ମହାସଭା

149

fbdabi-3_1480400244_800x420କିଛିଦିନ ତଳେ ଆଇଏଏସ୍ ଟପର୍ ଟିନା ଡାବିଙ୍କ ଲଭ୍ ରିଲେସନକୁ ନେଇ ସୋସିଆଲ ମିଡିଆ ସହ ଚାରିଆଡେ ଚର୍ଚ୍ଚା ଚାଲିଥିଲା । ଏବେ ପୁଣି ଚର୍ଚ୍ଚା ଜୋର ଧରିଛି ହିନ୍ଦୁ ମହାସଭାର ଟିପ୍ପଣୀକୁ ନେଇ । ଏହି ଆଇଏଏସ ଟପରଙ୍କ ପ୍ରେମ ସଂପର୍କକୁ ଲଭ ଜିହାଦ ବୋଲି କହିଛି ହିନ୍ଦୁ ମହାସଭା ।

mmଜନତା କା ରିପୋର୍ଟରରେ ପ୍ରକାଶିତ ଖବର ଅନୁସାରେ , ହିନ୍ଦୁମହାସଭାର ନ୍ୟାସନାଲ ସେକ୍ରେଟାରୀ ମୁନ୍ନା କୁମାର ଶର୍ମା ଏକ ଚିଠି ଲେଖିଛନ୍ତି ଟିନାଙ୍କ ପିତାମାତାଙ୍କୁ ଏବଂ ଲେଖିଛନ୍ତି ଏଭଳି ଏକ ସଂପର୍କ ଯୋଡିବା ପୂର୍ବରୁ ଧର୍ମ ପରିବର୍ତନ କରନ୍ତୁ । ଆଉ ମଧ୍ୟ ଲେଖାଯାଇଛି ସେ ଟିନାଙ୍କ ସଫଳତାକୁ ନେଇ ଖୁବ୍ ଖୁସି । ହେଲେ ଆଉଥରେ ଟିନାଙ୍କ ଏହି ଲଭ ସଂପର୍କକୁ ନେଇ ବିଚାର କରନ୍ତୁ ।

http-_o-aolcdn-com_hss_storage_midas_e8b7c42523b41ba5f1c8853cf124910_204642673_tinadabi-khanୟୁପିଏସସିର ଦ୍ୱିତୀୟ ରାଙ୍କ ହୋଲଡର କଶ୍ମୀରର ଆମିଲ–ଉଲ୍ ଶାଫି ଖାନଙ୍କୁ ନର୍ଥବ୍ଲକ ଟ୍ରେନିଂ ସେଂଟରରେ ଭେଟାଭେଟି ଓ ପ୍ରେମ ହୋଇଥିଲା । ପ୍ରଥମ ସାକ୍ଷାତରୁ ଟିନା ପସନ୍ଦ କରିଥିଲେ ଆମିଲଙ୍କୁ । ଆଉ ଏହି ସଂପର୍କକୁ ବିବାହରେ ଯୋଡିବା ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଫେସବୁକରେ ଟିନା ନିଜେ ଏକଥା ସ୍ୱୀକାର କରି ପ୍ରେମିକ ଆମିଲଙ୍କ ସହ ଫଟୋ ସେୟାର କରିବା ପରେ ଅନେକ ପସନ୍ଦ କରିଛନ୍ତି ଏହି ଯୋଡିକୁ । ଅନେକ ପଜେଟିଭ କମେଂଟ ମଧ୍ୟ ଆସୁଛି । ଆଉ ମଧ୍ୟ ଟିନା କହିଛନ୍ତି ସେମାନଙ୍କ ଲଭକୁ ସୋସିଆଲ ମିଡିଆ ସେଲିବ୍ରେଟ କରୁଥିବା ବେଳେ ଅନେକ ନେଗେଟିଭ କମେଂଟ ଦେଉଛନ୍ତି । କିନ୍ତୁ ସେ ଏଥିରେ ବିଚଳିତ ନୁହଁନ୍ତି ବୋଲି କହିଛନ୍ତି । ସେ ଆମିଲଙ୍କୁ ନିଜ ଜୀବନସାଥୀ ଭାବିଛନ୍ତି ଏବଂ ତାଙ୍କ ପରିବାର ମଧ୍ୟ ଏଥିରେ ଏକମତ ଓ ଖୁସି ବୋଲି ମତ ଦେଇଛନ୍ତି ଟିନା ।