ଅସ୍ତରଙ୍ଗ : ବରଡିହ ଜଙ୍ଗଲରୁ ମିଳିଲା ନରକଙ୍କାଳ

26

କନକ ବ୍ୟୁରୋ : ଅସ୍ତରଙ୍ଗ ବରଡିହ ଜଙ୍ଗଲରୁ ମିଳିଲା ନରକଙ୍କାଳ । ଜଙ୍ଗଲରେ ଏକ ନରକଙ୍କାଳ ମିଳିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଚିଂ କଙ୍କାଳକୁ ଉଦ୍ଧାର କରିବା ପରେ ପରୀକ୍ଷା ପାଇଁ କଟକ ପଠାଇଛନ୍ତି । କଙ୍କାଳରୁ ଏକ ସାର୍ଟ, ପ୍ୟାଂଟ, ପର୍ସ ଓ ଭୋଟ ପରିଚୟ ପତ୍ର ଜବତ ହୋଇଛି । ଏହି କଙ୍କାଳଟି କାକଟପୁର ଥାନା ଶ୍ରୀରାମପୁର ଗାଁର ପ୍ରଦୀପ ସ୍ୱାଇଁଙ୍କ ବୋଲି ଜଣାପଡିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୁଲିସ ତଦନ୍ତ ଚଳାଇଛି ।