କନ୍ଧମାଳ ଗୁମୁଡୁମାହାରେ ଏସଆଇଟିର ୪ ସଦସ୍ୟ

25

କନ୍ଧମାଳ : ବାଲିଗୁଡା ଏନକାଉଂଟର ଘଟଣାର ସରଜମିନ ତଦନ୍ତ କରୁଛି ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଏସଆଇଟି। ଗତକାଲିଠାରୁ କନ୍ଧମାଳରେ ପହଂଚିଛନ୍ତି ୬ ଜଣିଆ ଏସଆଟି। ବାଲିଗୁଡାରେ ଥିବା ଏସଆଇଟିର ୪ ଜଣ ସଦସ୍ୟ ଆଜି ଗୁମୁଡୁମାହା ଅଭିମୁଖେ ବାହାରିଛନ୍ତି। ଏମାନେ ଏନକାଉଂଟରସ୍ଥଳରେ ପହଂଚି ଅନୁଧ୍ୟାନ କରିବେ। ସେପଟେ ଏସଆଇଟିର ଆଉ ୨ ସଦସ୍ୟ ଗତକାଲିଠାରୁ ବ୍ରହ୍ମପରରେ ପହଂଚିଛନ୍ତି । ଏମାନେ ଏମକେସିଜି ମେଡିକାଲରେ ଥିବା ଆହତଙ୍କୁ ଭେଟି ଆଲୋଚନା କରିବେ। ସେମାନଙ୍କ ବୟାନ ରେକର୍ଡ କରିବେ। ସେପଟେ ମୃତାହତଙ୍କ ପରିବାର ସଦସ୍ୟ ଓ କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ଗତକାଲି ଗୁମୁଡୁମାହାରୁ ଉଠାଇ ଆଣିଥିଲା ପୋଲିସ। ବାଲିଗୁଡାରେ ଥିବା ପୂର୍ତ ବିଭାଗ ଡାକବଙ୍ଗଳାରେ ଏମାନଙ୍କ ବୟାନ ରେକର୍ଡ କରିଥିଲେ ଏସଆଇଟି ସଦସ୍ୟ। ତେବେ ଗାଁକୁ ନଯାଇ ବାଲିଗୁଡାରେ ବୟାନ ରେକର୍ଡକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତାହତଙ୍କ ସଂପର୍କୀୟ। ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କ ନେତୃତ୍ୱରେ ଗଠିତ ଏସଆଇଟିକୁ ନେଇ ମୂଳରୁ ବିବାଦ ରହିଥିବାବେଳେ ଏବେ ଏସଆଇଟିର ତଦନ୍ତ ପ୍ରକ୍ରିୟାକୁ ନେଇ ଆପତି ଉଠାଇଛନ୍ତି ବାଲିଗୁଡା ଏନକାଉଂଟରରେ ମୃତାହତଙ୍କ ପରିବାର।