କଳାଟଙ୍କା ଖୋଳତାଡ : ଆଜି କଟକରେ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

22

କନକ ବ୍ୟୁରୋ : ଆରମ୍ଭ ହେଲା ଏସଆଇଟି ବୈଠକ । ଦେଶରେ କଳାଟଙ୍କା କାରବାର ସମ୍ପର୍କରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ଇନଭେଷ୍ଟିଗେସନ ଟିମ୍, ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି କଟକରେ ବସିଛି । ପୂର୍ବତନ ବିଚାରପତି ଅରଜିତ୍ ପାଶାୟତଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଏସଆଇଟି ମିଟିଂ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, କ୍ରାଇମବ୍ରାଂଚ,ସିବିଆଇର ଓ ଆୟକର ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତିି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଏହି ଏସଆଇଟି ଗଠନ କରିଛନ୍ତି । ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ କଳାଧନ ପ୍ରସଙ୍ଗରେ କରାଯାଇଥିବା ତଦନ୍ତ ଓ ଅନୁସନ୍ଧାନ ସମ୍ପର୍କିତ ଷ୍ଟାଟସ ରିପୋର୍ଟ ଉପସ୍ଥାପନ କରାଯିବ । ବୈଠକରେ କଳାଧନ ଜବତ ଘଟଣା ସମ୍ପର୍କରେ ଆଲୋଚନା କରାଯିବ ।