ଗାୟିକାଙ୍କୁ ପ୍ରେମ ଓ ପ୍ରତାରଣା ଘଟଣା : ଡାକ୍ତରୀମାଇନା ପରେ ହେଲା ପୀଡ଼ିତାଙ୍କ ବୟାନ ରେକର୍ଡ

28

କନକ ବ୍ୟୁରୋ : ଗାୟିକାଙ୍କୁ ପ୍ରେମ ଓ ପ୍ରତାରଣା ଘଟଣାରେ ଆଜି ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି । ଆଜି ଅଭିଯୋଗକାରିଣୀଙ୍କୁ ପୁଲିସ୍ କୋର୍ଟରେ ହାଜର କରିବା ପରେ ୧୬୪ ଧାରାରେ ତାଙ୍କ ବୟାନ ରେକର୍ଡ କରାଯାଇଛି । ଗତକାଲି ୧୬୧ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା । ପୀଡ଼ିତା ଜଣକ ମୁମ୍ବାଇର ଏକ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ।

ତାଙ୍କ ଅଭିଯୋଗ ଅନୁସାରେ ଦୀପୁ ଦାସ ମହାପାତ୍ର ନାମକ ଜଣେ ସଂଗୀତ ନିର୍ଦ୍ଦେଶକ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ । ଏମିତିକି ସୋସିଆଲ ମିଡ଼ିଆରେ ବହୁ ଅଶ୍ଳୀଳ ମେସେଜ୍ ପଠାଉଥିବାର ଅଭିଯୋଗ କରିଥିଲେ । ନିକଟରେ ଏହି ସଂଗୀତ ନିର୍ଦ୍ଦେଶକ ଜଣକ ବିବାହ କରିଛନ୍ତି । ଏହି ଘଟଣା ଜାଣିବା ପରେ ସେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଦେଖନ୍ତୁ ଏହି ଭିଡିଓ :