ମହିଳାଙ୍କ ପେଟରୁ ବାହାରିଲା ୧ଫୁଟର ବେଲଣା କାଠି ! ଆଶ୍ଚର୍ଯ୍ୟ ହେଲେ ଡାକ୍ତର

57

operation-theatre-620x400ଉତ୍ତରାଖଣ୍ଡ : ଜଣେ ମହିଳାଙ୍କ ପେଟରୁ ଗୋଟେ ୧ଫୁଟର ବେଲଣା କାଠି ବାହାରିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଡାକ୍ତରମାନେ ମଧ୍ୟ ଏପରି ଘଟଣାକୁ ନେଇ ତାଜୁବ୍ । ସୂଚନା ଅନୁସାରେ ଉତ୍ତରାଖଣ୍ଡର ହଲଦ୍ୱାନି ସ୍ଥିତ ସରକାରୀ ମେଡିକାଲ କଲେଜର ଚିକିତ୍ସକମାନେ ଏକ ବିସ୍ମୟ ଅପରେସନ କରିଛନ୍ତି । ଜଣେ ମହିଳାଙ୍କ ପେଟରୁ ୩୦ସେ.ମି ଲମ୍ବର ଏକ ରୁଟି ତିଆରି କରିବାର ବେଲଣା କାଠିକୁ ବାହାର କରିଛନ୍ତି । ମହିଳା ଜଣକ ଏବେ ଜୀବନ-ମରଣର ସଂଘର୍ଷ କରୁଛନ୍ତି ।

ମହିଳାଙ୍କର ପରିଚୟ ଗୁପ୍ତ ରଖାଯାଇଛି ଏବଂ ଏହି ମହିଳା ଦୁଷ୍କର୍ମର ଶିକାର ହୋଇଥାଇ ପାରନ୍ତି ବୋଲି ନୈନିତାଲ ଜିଲ୍ଲାର ସୁଶୀଳା ତିୱାରୀ ମେଡିକାଲ କଲେଜର ସର୍ଜରୀ ବିଭାଗ ମୁଖ୍ୟ ଡାଃ କେଏସ୍ ଶାହି କହିଛନ୍ତି । ମାମଲା ଗମ୍ଭିର ମନେକରି ପୁଲିସକୁ ମଧ୍ୟ ଖବର ଦିଆଯାଇଛି ।

ନେପାଳ ମୂଳ ଏହି ୪୦ ବର୍ଷୀୟ ମହିଳା ନିଜ ସ୍ୱାମୀଙ୍କ ସହ ହଲଦ୍ୱାନିରେ ରୁହନ୍ତି । ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ଏହି ମହିଳାଙ୍କୁ । ଏକ୍ସ-ରେ ଓ ଅଲଟ୍ରାସାଇଣ୍ଡ ରିପୋର୍ଟ ଅନୁସାରେ ପେଟରେ ଗ୍ୟାସ ପୁରି ରହିଥିଲା । ମହିଳାଙ୍କ ପେଟରେ ଡାକ୍ତର ଯେତେବେଳେ ଅସ୍ତ୍ରୋପଚାର କଲେ ଆଶ୍ଚର୍ଯ୍ୟ ହୋଇଗଲେ । ପେଟରେ ଥିଲା ଏକ ୧ଫୁଟର ବେଲଣା କାଠି ।

ଡାକ୍ତରଙ୍କ କହିବାନୁସାରେ ପେଟରୁ ବେଲଣା କାଠି ବାହାରିବା ଘଟଣା ମେଡିକାଲ ସାଇନ୍ସରେ ବୋଧହୁଏ ପ୍ରଥମ ଘଟଣା । ଆଉ ଏ ଘଟଣା ଏବେ ସମସ୍ତଙ୍କୁ ବିସ୍ମିତ କରିଛି । ନ୍ୟୁଜ୍ ୧୮ ରେ ପ୍ରକାଶିତ ଏ ଖବର ଏବେ ଭାଇରାଲ ସାଜିଛି ।