ସରକାରଙ୍କ ମା’ଙ୍କୁ ସମ୍ମାନର ଆଉ ଏକ ନମୂନା: ମାଲକାନଗିରିରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଆସି ହଟହଟା ମହିଳା

34

କନକ ବ୍ୟୁରୋ: ବନ୍ଦ ଭୟରେ ସଭାକୁ ପୂର୍ବର ରାତିରୁ ବୁହା ହୋଇ ଆସିଥିଲେ ଶହଶହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ମୁଖ୍ୟମନ୍ତ୍ରୀଙ୍କ ସଭା ଶେଷ ହେଲାପରେ ଆରମ୍ଭ ହେଲା ମହିଳାଙ୍କ ଦୁଃଖ । ନା ଅଛି ଖାଇବା ପିଇବା ବ୍ୟବସ୍ଥା, ନା ଘରକୁ ଫେରିବା ପାଇଁ ବ୍ୟବସ୍ଥା । ଢେର ରାତି ଯାଏଁ ଅଖିଆ ଅପିଆ ଅପେକ୍ଷା କରିବାକୁ ପଡିଥିଲା ମହିଳାମାନଙ୍କୁ । ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଏତେ ଦୁର୍ଦ୍ଦଶା ଭୋଗିବାକୁ ପଡିବ, କେବେ ବି ଭାବି ନଥିଲେ ।

ବନ୍ଦ ଭୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ଲାଗି ପୂର୍ବ ରାତିରୁ ହିତାଧିକାରୀ ଓ ଏସଏସଜି ମହିଳାଙ୍କୁ ବୋହି ଆଣିଲା ସରକାରୀ ଦଳ । ତେବେ ଖାଇବା ପିଇବାକୁ ନ ପାଇ ନାନା ହଇରାଣ ହରକତର ଶିକାର ହୋଇଥିଲେ ମହିଳା ମାନେ । ବିସ୍କୁଟ ଖାଇ ଦିନ ବିତାଇବାକୁ ବାଧ୍ୟ ହୋଇଛନ୍ତି ପିଲା ଛୁଆଙ୍କୁ ଧରି ଆସିଥିବା ମହିଳାମାନେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟ ଫେରିବାକୁ ଗାଡି ନ ପାଇ ବିଳମ୍ବିତ ରାତି ଯାଏଁ ହଇରାଣ ହୋଇ ଥିଲେ କର୍ମୀ ଓ ହିତାଧିକାରୀମାନେ । କର୍ମୀଙ୍କ ମଧ୍ୟରେ ଏତେ ଅସନ୍ତୋଷ ଥିଲା ଯେ ନିଜ ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଷୋଦଗାର କରିବାକୁ ପଛେଇ ନ ଥିଲେ ଉତ୍ୟକ୍ତ ଲୋକେ ।