ତାମିଲନାଡୁର କୋଇମ୍ବାଟୁର ସହରର ଏକ ବସ୍ତି ନିକଟରୁ ୧୨ ଫୁଟର କିଙ୍ଗ କୋବ୍ରା ଉଦ୍ଧାର

30

କନକ ବ୍ୟୁରୋ: ୧୨ ଫୁଟର ଅହିରାଜ ସାପ । ଗଛରେ ଏହି ବିଷଧର ସାପର ଗର୍ଜନ ଶୁଣି ଗାଁ ଲୋକେ ଛାନିଆଁ । ଖବର ଗଲା ବନ ବିଭାଗକୁ । ସ୍ନେକ ରେସକ୍ୟୁ ଟିମ୍ ଆରମ୍ଭ କଲେ ଅପରେସନ୍ ‘ଅହିରାଜ’ । ଘଟଣାଟି ତାମିଲନାଡୁର କୋଇମ୍ବାଟୁର ସହର ତଳି ଅଂଚଳର । ଏକ ବସ୍ତି ନିକଟ ପାହାଡିଆ ଅଂଚଳରେ ଏହି ବିରାଟକାୟ ଅହିରାଜକୁ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ ।

ଅହିରାଜ ଏକ ଗଛ ଉପରେ ଚଢିଯାଇଥିବାରୁ ବନ ବିଭାଗ କର୍ମଚାରୀ ନାକେଦମ ହୋଇପଡିଥିଲେ । କୌଣସି ମତେ ଅହିରାଜକୁ ଗଛରୁ ତଳକୁ ଆଣିବାକୁ ପୂରା ଦମ୍ ଳଗାଇ ଦେଇଥିଲେ ସ୍ନେକ ରେସକ୍ୟୁ ଟିମ୍ । ବେଶ କିଛି ସମୟ ଲାଗିଥିଲା ଉଦ୍ଧାରକାରୀ ଦଳକୁ । ବିଶାଳକାୟ ସାପ ଦୀର୍ଘ ସମୟ ଧରି ଗଛରେ ଏପଟସେପଟ ହୋଇଥିଲା । ମାତ୍ର ନଛୋଡବନ୍ଧା ବନ କର୍ମଚାରୀ ୧୨ ଫୁଟର ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।