ରିଲ୍ ପାଇଁ ରିୟଲ୍ ଡେଲିଭରୀ ! ସିନେମାର ଏକ ଦୃଶ୍ୟ ପାଇଁ ଲାଇଭ୍ ପ୍ରସବ କରିଥିଲେ ଅଭିନେତ୍ରୀ

70

ସିନେମାରେ ରିୟଲ୍ ଲୁକ୍ ଆଣିବା ପାଇଁ ନାୟିକାମାନେ ଅନେକ ପରିଶ୍ରମ କରିଥାନ୍ତି । କେହି କେହି ଷ୍ଟଂଟ୍ ସିନ୍ ମଧ୍ୟ ନିଜେ ଦେଇଥାନ୍ତି । ହେଲେ ଇଏ ଏମିତି ଜଣେ ନାୟିକା ଯିଏ ସିନେମାର ଏକ ସିନ୍ ପାଇଁ ଲାଇଭ୍ ପିଲା ଜନ୍ମ କରିଥିଲେ । ଏହି ନାୟିକା ଜଣକ ହେଉଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ୱେତା ମେନନ୍ । ଆଉ ସିନେମାର ନାଁ ‘କାଲିମନ୍ନୁ’ ।

୨୦୧୩ରେ ଆସିଥିବା ଏହି ସିନେମାଟି ପ୍ରତି କ୍ଷେତ୍ରରେ ମହିଳାମାନେ ସାମ୍ନା କରୁଥିବା ସଂଘର୍ଷକୁ ନେଇ ତିଆରି ହୋଇଥିଲା । ତେଣୁ ନିର୍ଦେଶକ ରିୟଲ୍ ଲୁକ୍ ଦେବା ପାଇଁ ଲାଇଭ୍ ଡେଲିଭରୀ ସୁଟିଂ କରିବାକୁ ନିଷ୍ପତି ନେଇଥିଲେ । ଶ୍ୱେତା ନିଜେ ହିଁ ଏହି ଲାଇଭ୍ ଡେଲିଭରୀ ଦୃଶ୍ୟର ସୁଟିଂ ପାଇଁ ଅନୁମତି ଦେଇଥିଲେ ।

ଶ୍ୱେତା ଯେତେବେଳେ ୫ ମାସର ଗର୍ଭବତୀ ଥିଲେ ସେବେଠାରୁ ସିନେମାର ସୁଟିଂ ଆରମ୍ଭ ହୋଇଥିଲା । ୩ଘଂଟାର ଏହି ସିନେମାରେ କେବଳ ଲାଇଭ୍ ଡେଲିଭରୀର ଦୃଶ୍ୟ ୪୫ମିନିଟର ଥିଲା । ସୁଟିଂ ପୂର୍ବରୁ ସିନେମାର ଏକ ଟିମ୍ ମୁମ୍ବାଇର ନାନାବତୀ ହସ୍ପିଟାଲରେ ପହଂଚିଥିଲେ । ଆଉ ଡେଲିଭରୀ ରୁମରେ ୩ଟି କ୍ୟାମେରା ଲଗାଯାଇଥିଲା । ସୁଟିଂ ବେଳେ ହସ୍ପିଟାଲର ଡାକ୍ତର, ନର୍ସଙ୍କ ବ୍ୟତୀତ ପ୍ରଡକସନ୍ ଟିମର ୩ଜଣ ସଦସ୍ୟ ଥିଲେ । ତେବେ ଶ୍ୱେତା ଝିଅ ଜନ୍ମ କରିଥିଲେ ଯାହାର ନାଁ ରଖିଥିଲେ ଶବାଇନା । ତେବେ ଶୁଣିବାକୁ ମିଳିଥିଲା ଯେ ଶ୍ୱେତା କେବଳ ଟଙ୍କା ପାଇଁ ଏପରି କରିଥିଲେ ।

୧୯୯୦ରେ ମଲାୟାଲମ୍ ସିନେମାରୁ ଶ୍ୱେତା ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ୧୧୯୪ରେ ମିସ୍ ଇଣ୍ଡିଆ ପ୍ରତିଯୋଗିିତାରେ ମଧ୍ୟ ଭାଗ ନେଇଥିଲେ । ତେବେ କିଛି ସୁନ୍ଦରୀ ପ୍ରତିଯୋଗିତା ଜିତିବା ପରେ ବଲିଉଡରେ ପାଦ ରଖିଥିଲେ ।

ଏହା ସହ ବେଶ୍ୟାବୃତ୍ତିକୁ ଠେଲି ହୋଇ ଯାଇଥିଲେ ରଜନୀକାନ୍ତଙ୍କ ନାୟିକା! ଜାଣନ୍ତୁ କେମିତି ଥିଲା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଶେଷ ଜୀବନ