ବେଶ୍ୟାବୃତ୍ତିକୁ ଠେଲି ହୋଇ ଯାଇଥିଲେ ରଜନୀକାନ୍ତଙ୍କ ନାୟିକା! ଜାଣନ୍ତୁ କେମିତି ଥିଲା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଶେଷ ଜୀବନ

54

ନିଶା ନୁର୍ । ଏହି ଅଭିନେତ୍ରୀଙ୍କ ନାମ ଆପଣ ମାନେ ହୁଏତ ଜାଣିନଥିବେ । ହେଲେ ଦକ୍ଷିଣ ଭାରତରେ ୮୦ ଦଶକରେ ନିଶା ଥିଲେ ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ । ନିଶା ଲୋକପ୍ରିୟତା ଏପରି ଥିଲା ଯେ ରଜନିକାନ୍ତ ଓ କମଲ୍ ହାସନ୍ ମଧ୍ୟ ତାଙ୍କ ସହ କାମ କରିବାକୁ ଚାହୁଁଥିଲେ । ଆଉ ଉଭୟ ନିଶାଙ୍କ ସହ କାମ ମଧ୍ୟ କରିଥିଲେ । ହେଲେ କଣ ଆପଣ ଜାଣନ୍ତି ସଫଳତାର ଶୀର୍ଷରେ ଥାଇ ମଧ୍ୟ ଏହି ଅଭିନେତ୍ରୀଙ୍କ ଜୀବନର ଶେଷ ସମୟ ଅତ୍ୟନ୍ତ ଶୋଚନୀୟ ଥିଲା ।

କୁହାଯାଏ, ଜଣେ ପ୍ରଯୋଜକ ନିଶାଙ୍କୁ ଧୋକ୍କାରେ ବେଶ୍ୟବୃତ୍ତିକୁ ଠେଲି ଦେଇଥିଲେ । ଯାହା ପରଠାରୁ ସମସ୍ତେ ତାଙ୍କଠାରୁ ଦୁରେଇ ଯାଇଥିଲେ । ଏପରିକି ଯେଉଁ ନିର୍ମାତା, ନିର୍ଦ୍ଦେଶକ ଓ ନାୟକମାନେ ନିଶାଙ୍କ ସହ କାମ କରିବାକୁ ତାଙ୍କ ଘର ଆଗରେ ଘଂଟା ଘଂଟା ଛିଡା ହୋଇ ରହୁଥିଲେ ସେମାନେ ମଧ୍ୟ ମୁହଁ ବୁଲାଇ ଦେଇଥିଲେ । ତେଣୁ ହାରି ଯାଇଥିବା ନିଶା ସବୁଦିନ ପାଇଁ ସିନେମା ଦୁନିଆ ଅଲବିଦା କହିଥିଲେ । ତେବେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ପରେ କେହି ତାଙ୍କ ଖୋଜ୍ ଖବର ମଧ୍ୟ ନେଇ ନଥିଲେ ।

ଦିନେ କିଛି ଲୋକ ନିଶାଙ୍କୁ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରାସ୍ତା କଡରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଜଣା ପଡିଥିଲା ଯେ ତଙ୍କୁ ଏଡ୍ସ ହୋଇଛି ବୋଲି । ଏକ ୱେବ୍ ସାଇଟରେ ପ୍ରକାଶିତ ଖବର ଅନୁଯାୟୀ, ନିଶାଙ୍କୁ ଯେତେବେଳେ ନାଗୋର୍ ଦରଘା ପାଖରୁ ଉଦ୍ଧାର କରାଯାଇଥିଲା ସେତେବେଳେ ତାଙ୍କ ଶରୀରରେ ପୋକ ହୋଇଯାଇଥିଲା । ତେବେ ୨୦୦୭ରେ ନିଶା ଚିରଦିନ ପାଇଁ ଆଖି ବୁଜିଥିଲେ  । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୃତ୍ୟୁ ସମୟରେ ମଧ୍ୟ କେହି ତାଙ୍କ ପାଖରେ ନଥିଲେ  ।

ଏହା ସହ ଦେଖନ୍ତୁ ମା’ ହେବେ ବ୍ଲାକ ବିୟୁଟି ବିପାଶା !