ରାତିସାରା ଫୋନ ଚାର୍ଜରେ ବସିଲେ, ଖରାପ ହୋଇଯିବାର ସମ୍ଭାବନା ଅଛି କି ? ଜାଣନ୍ତୁ ଏହାର ଉତ୍ତର

75

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ଆଉ ଏହା ସବୁଠୁ ବଡ ସମସ୍ୟା ହୁଏ ଫୋନର ଚାର୍ଜ ଶୀଘ୍ର ସରିଯିବା । ସମସ୍ତେ ରାତିରେ ଶୋଇଲା ବେଳେ ଫୋନକୁ ଚାର୍ଜରେ ବସାଇଦେଇଥାନ୍ତି । ଆଉ ଚାର୍ଜ କେତେବେଳେ ଫୁଲ୍ ହୋଇଯାଏ ଆମେ ଜାଣିପାରୁନଥାଉ । ଫୁଲ୍ ଚାର୍ଜ ପରେ ଅଧିକା ଚାର୍ଜ ହେଲେ ଖରାପ କି ? ଏପ୍ରଶ୍ନ ସମସ୍ତଙ୍କ ମନରେ ନିଶ୍ଚୟ ଥିବ । ଆଉ ଏହାର ସରଳ ଉତ୍ତର ହେଲା କିଛି ବି ଖରାପ ହେବନାହିଁ । ଯଦି ଏହି ପ୍ରଶ୍ନ ଆପଣ ୩ କି ୪ ବର୍ଷ ପୂର୍ବରୁ ପଚାରିଥାନ୍ତେ ତ ଏହାର ଜବାବ ହୋଇଥାନ୍ତା ହଁ । କାରଣ ଏବେ ଟେକ୍ନୋଲୋଜି ବହୁତ ଆଗେଇଗଲାଣି । ଆଉ ଉନ୍ନତ ଧରଣର ଟେକନିକ୍ ସବୁ ବ୍ୟବହାର ହେଲାଣି ।

ଏବେ ଆମେ ଯେଉଁ ସବୁ ସ୍ମାର୍ଟଫୋନ ବ୍ୟବହାର କରୁଛେ , ଏଥିରେ ଅଟୋ କଟ୍ ଅଫ୍ ଚାର୍ଜିଂ ସିଷ୍ଟମ ରହିଛି । ଅର୍ଥାତ୍ ଯେମିତି ଆପଣଙ୍କ ଫୋନ୍ ଫୁଲ୍ ଚାର୍ଜ ହୋଇଯିବ । ଚାର୍ଜିଂ ଆପେ ଆପେ ବନ୍ଦ ହୋଇଯିବ । ଅନେକ ଶୁଣିବାକୁ ମିଳେ ଯେ ରାତି ସାରା ଫୋନ ଚାର୍ଜି ଦ୍ୱାରା ଫୋନ୍ ଫାଟିବାର ସମ୍ଭାବନା ଅଛି ବା ଏହାର ବ୍ୟାଟେରୀ ଖରାପ ହୋଇପାରେ । ଏଭଳି କଥାକୁ ପୁରା ଭୁଲିଯା’ନ୍ତୁ । ବିଶ୍ୱାସର ସହ ଏହି କଥାରେ ଧ୍ୟାନ ଦିଅନ୍ତୁ ଯେ , ଫୋନର ଚାର୍ଜିଂ ପ୍ଲଗରେ ଲଗେଇବା ସମୟରେ ଏକ ଲାଇଟ୍ ଜଳିବ । କିଛି ଫୋନରେ ଲାଇଟ୍ ବ୍ୟାଟେରୀ ଚାର୍ଜ ହେବାରେ ବଦଳିଥାଏ । କିଛି ଫୋନରେ ଲାଇଟ୍ ଅଫ୍ ହୋଇଯାଇଥାଏ । ଅର୍ଥାତ୍ ଯେମିତି ଆପଣଙ୍କ ଫୋନ ବ୍ୟାଟେରୀ ଫୁଲ୍ ଚାର୍ଜ ହୋଇଯାଏ ଫୋନରେ ଲାଗିଥିବା ସେନସର୍ ଚାର୍ଜିଂ ବନ୍ଦ କରିଦେଇଥାଏ ।

ଆଉ କିଛି ଲୋକ ଏମିତି ବି କହିଥାନ୍ତି କି ଫୋନକୁ ଚାର୍ଜ କଲାବେଳେ କଥା ହେବା ଉଚିତ୍ ନୁହେଁ । ଏହା ଦ୍ୱାରା ଫୋନ୍ ହିଟ୍ ହୋଇଯାଏ । କିନ୍ତୁ କଥାହେବା ଦ୍ୱାରା ଫୋନର ହିଟ୍ ସହ କଣ ସଂପର୍କ ? ଯଦି ଫୋନ୍ ଫାଟଥାଏ ତ ଏହା ଫୋନର ହାର୍ଡୱେର ଓ ସଫ୍ଟୱେରର କୌଣସି ଅସୁବିଧା କାରଣ ହୋଇପାରେ । କିନ୍ତୁ ଚାର୍ଜିଂ ବେଳେ କଥାବାର୍ତ୍ତା ହେବା ଏହାର କାରଣ ନୁହେଁ ।