ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଜୋତାମାଡ ! ସ୍କୁଲରେ ଭାଷଣ ଦେଉଥିବା ବେଳେ ପୂର୍ବତନ ଛାତ୍ର ପକାଇଲେ ଜୋତା

28

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଉପରକୁ ଜୋତାମାଡ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ, ଯେଉଁ ଯୁବକ ନଓ୍ଵାଜ ସରିଫଙ୍କ ଉପରକୁ ଜୋତାମାଡ କରିଥିଲା ସେ ଜାମିୟା ନଇମିୟାଙ୍କ ପୂର୍ବତନ ଛାତ୍ର ତଥା ତହରିକ ଏ ଲବୈକର ସଦସ୍ୟ ବୋଲି ଜଣାପଡ଼ିଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ଏକ ସ୍କୁଲରେ ଭାଷଣ ଦେଉଥିବା ସମୟରେ ତାଙ୍କ ଉପରକୁ ଜୋତାମାଡ ହୋଇଥିଲା। ଏହି ସମୟରେ ସେଠାରେ ବହୁ ସଂଖ୍ୟାରେ ଲୋକମାନେ ଉପସ୍ଥିତ ଥିଲେ। ଯୁବକ ନଓ୍ଵାଜଙ୍କ ଉପରକୁ ଏପରି ଭାବେ ଜୋତା ପିଙ୍ଗି ଥିଲା ଯାହା କି ପ୍ରଧାନମନ୍ତ୍ରୀଙ୍କ କାନ ପାଖରେ ଯାଇ ବାଜିଥିଲା। ଏହାପରେ ଜୋତା ଫିଙ୍ଗି ଥିବା ଯୁବକ ଜାମିୟା ମଞ୍ଚିରେ ଛିଡା ହୋଇ ପ୍ରତିବାଦ ଆରମ୍ଭ କରି ଦେଇଥିଲା। ଏଭଳି ଘଟଣା ଘଟଣାଇବା ପରେ ଲୋକମାନେ ଯୁବକଙ୍କୁ ନିସ୍ତୁକମାଡ ମାରିଥିଲେ ଓ ପୁଲିସକୁ ଧରାଇ ଦେଇଥିଲେ। ପୁଲିସ ଯୁବକକୁ ଧରି ଥାନାକୁ ନେଇ ଯାଇଥିଲେ। ଏହି ଘଟଣା ପରେ ବି ନଓ୍ଵାଜ ସରିଫ ତାଙ୍କ ଭାଷଣ ପୁର୍ନବାର ଆରମ୍ଭ କରିଥିଲେ।

ଲୋକଙ୍କ ମାଡରେ ଗୁରୁତର ହୋଇ ପଡ଼ିଥିବାରୁ ଅଭିଯୁକ୍ତ ଜାମିୟାକୁ ନିକଟସ୍ଥ ଏକ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅଭିଯୁକ୍ତ ଜାମିୟା ବ୍ୟତୀତ ଅନ୍ୟ ଦୁଇଜଣଙ୍କୁ ବି ପୁଲିସ ଗିରଫ କରିଛି।ତେବେ ଏହି ଘଟଣା ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖ୍ଵାଜା ଆସିଫଙ୍କ ଉପରକୁ ସ୍ୱାହି ପିଙ୍ଗା ଯିବା ଘଟଣା ବି ସାମ୍ନାକୁ ଆସିଥିଲା। କିନ୍ତୁ ଖ୍ଵାଜା ଆସିଫ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଇଲେ ନାହିଁ। ଏହାପରେ ପୁଲିସ ଅଭିଯୁକ୍ତ ଛାଡ଼ି ଦେଇଥିଲା।ଉଲ୍ଲେଖଯୋଗ୍ୟ, ଭ୍ରଷ୍ଟାଚାର ଅଭିଯୋଗରେ ନଓ୍ଵାଜ ସରିଫଙ୍କୁ ତାଙ୍କ ପଦ ଛାଡ଼ିବାକୁ ପଡ଼ିଥିଲା। ଏହାପରେ ସେ ଲଣ୍ଡନ ଚାଲି ଯାଇଥିଲେ।