ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଶିଶିର ଗମାଙ୍ଗ : ସ୍ତ୍ରୀଙ୍କ ବିପକ୍ଷରେ ମାଗିଲେ ନ୍ୟାୟ

41

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ତ୍ରୀଙ୍କ ବିପକ୍ଷରେ ନ୍ୟାୟ ପାଇବା ପାଇଁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଶିଶିର ଗମାଙ୍ଗ । ସ୍ତ୍ରୀ ମୋନିକା ପୁଅକୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଶିଶିର ।

ଶିଶିରଙ୍କ ପତ୍ନୀ ତାଙ୍କ ନାବାଳକ ପୁଅକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଶନିବାର ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ତାଙ୍କ ପତ୍ନୀ ତାଙ୍କର ଜଣେ ବନ୍ଧୁଙ୍କ ସହ ପରକୀୟା ପ୍ରୀତିରେ ରହିଛନ୍ତି ବୋଲି ଅଭିଯୋଗ କରିଥିଲେ ଶିଶିର । ଏନେଇ ପୁଲିସରେ ମଧ୍ୟ ଅଭିଯୋଗ କରିଥିଲେ ଶିଶିର । ତେବେ ଗତକାଲି ପୁଲିସ କମିଶନର କହିଥିଲେ ଶିଶିରଙ୍କ ଅଭିଯୋଗର ସତ୍ୟତା ନେଇ ଯାଂଚ କରୁଛି ପୁଲିସ । ଅଭିଯୋଗରେ ସତ୍ୟତା ଥିଲେ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।