ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜେଏନୟୁର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ସଭା ପରେ କମିଶନରେଟ ପୁଲିସକୁ ମାଡ । ଏବିଭିପିର କଳା ପତାକା ପ୍ରଦର୍ଶନ ପରେ ତାତିଛନ୍ତି ଏଆଇଏସଏଫର କର୍ମୀ । ଆଉ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଲିସକୁ ମାଡ ମାରିଛନ୍ତି ଏଆଇଏସଏଫର କର୍ମୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଷ୍ଟ୍ର ଭାଷା ପ୍ରଚାର ପଡିଆର ପଛ ପଟ ଗେଟ୍ ଦେଇ କହ୍ନେୟା କୁମାର ଯିବା ବେଳେ ଏବିଭିପିର କର୍ମୀମାନେ ନାଲି ପତାକା ଓ କଳାପତାକା ପ୍ରଦର୍ଶନ କରିଥିଲେ । ଆଉ ଏହାପରେ ତାତି ଉଠିଥିଲେ ଏଏସଆଇଏଫ କର୍ମୀ । ଢିଲା ସୁରକ୍ଷା ଯୋଗୁଁ ବିକ୍ଷୋଭକାରୀ ପଡିଆ ଭିତରକୁ ପଶି ଆସିଥିବା ଅଭିଯୋଗ ହୋଇଛି ।