ବିଗବସ ସିଜନ୍-୧୧ ଶେଷ ହେବାପରେ ମଧ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ତୁଟିନି ବିବାଦ ! ବିଜେତା ଶିଳ୍ପା ସିନ୍ଧେ କହିଲେ, ତାଙ୍କ ପାର୍ଟିକୁ ହିନାଙ୍କୁ କରିବେ ନାହିଁ ନିମନ୍ତ୍ରଣ

47

ଚଳିତ ବର୍ଷ ବିଗବସ ସିଜିନ-୧୧ରେ ଶିଲ୍ପା ସିନ୍ଧେଙ୍କୁ ବିଜୟୀନି ଘୋଷଣା କରିଥିଲେ ସଲମାନ । ଫାଇନାଲ ରାଉଣ୍ଡରେ ଲୋକପ୍ରିୟ ଅଭିନେତ୍ରୀ ଟେଲି ଶିଳ୍ପା ଓ ହିନା ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । କିନ୍ତୁ ଶିଳ୍ପା, ହିନାଙ୍କୁ ପଛରେ ପକାଇ ବିଜୟ ଟ୍ରଫି ହାସଲ କରି ନେଇଥିଲେ । ବିଗବସ ଘରେ ଉଭୟ ହିନା ଓ ଶିଳ୍ପା ୧୦୫ ଦିନ ରହିଥିଲେ । ଦୁହିଁଙ୍କ ମଧ୍ୟରେ ମତାନ୍ତର ମଧ୍ୟ ହୋଇଥିଲା । ହିନା ଏହି ଝଗଡ଼ାକୁ ଭୁଲିବାକୁ ଚେଷ୍ଟା କରି ଶିଳ୍ପାଙ୍କ ସହ ଭଲ ବ୍ୟବହାର କରିଥିଲେ । କିନ୍ତୁ ଶିଳ୍ପା ଘର ଭିତରେ ହୋଇଥିବା ଝଗଡ଼ାକୁ ଭୁଲି ପାରିନାହାନ୍ତି । ଯେଉଁଥିପାଇଁ ଅନେକ ସମୟରେ ହିନାଙ୍କ ବିପକ୍ଷରେ ସେ ମନ୍ତବ୍ୟ ଦେଉଛନ୍ତି । ଏବେ କିନ୍ତୁ ଶୁଣାଯାଉଛି ଯେ ବିଗବସ ଜିତିବା ଖୁସିରେ ଶିଳ୍ପା ଏକ ପାର୍ଟି ଆୟୋଜନ କରିବେ । କିନ୍ତୁ ଏହି ପାର୍ଟିରେ ଶିଳ୍ପା, ହିନାଙ୍କୁ ନିମନ୍ତ୍ରଣ କରିବେ ନାହିଁ ବୋଲି ଶୁଣାଯାଉଛି ।

ଏକ ସାକ୍ଷାତକାରରେ ଶିଳ୍ପା କହିଛନ୍ତି ଯେ ବିଗବସ ଜିତିବା ଖୁସିରେ ସେ ପାର୍ଟି ରଖିପାରନ୍ତି, ଏହି ପାର୍ଟିରେ ହିନାଙ୍କୁ ନିମନ୍ତ୍ରଣ କରିବି ନାହିଁ । ହିନା ସହିତ ଦେଖା କରିବାକୁ ମଧ୍ୟ ଚାହୁଁ ନାହିଁ । ଯଦି କେବେ ଦେଖା ହେଲେ ବି କେବଳ ହାଲ ହାଏ କହିବି ବୋଲି କହିଛନ୍ତି ଶିଳ୍ପା । ଏହା ବ୍ୟତୀତ ସେ କହିଛନ୍ତି, ତା ସହିତ ଭଲ ବ୍ୟବହାର କରିବି କିନ୍ତୁ ଅଧିକ କିଛି କଥା ହେବିନି । ଯଦି କେବେ ବି ବିଗବଗର ପ୍ରତିଯୋଗୀଙ୍କୁ ନେଇ ପାର୍ଟି ରଖାଯାଏ, ତେବେ ବି ହିନା ସହ କଥାବର୍ତ୍ତା ଭଲ ଭାବେ ହେବିନି ବୋଲି କହିଛନ୍ତି ଶିଳ୍ପା । ଶିଳ୍ପା ଏଭଳି ମନ୍ତବ୍ୟ ଦେଲା ପରେ ବି ହିନାଙ୍କ ଉପରେ କିଛି ଖରାପ ପ୍ରଭାବ ପଡି ନାହିଁ । ତାଙ୍କ ସହିତ କାମ କରିବାକୁ ସୁଯୋଗ ମିଳି ତା’ହେଲେ ବି ମୁଁ କରିବି ବୋଲି କହିଛନ୍ତି ହିନା । କୁହାଯାଉଛି ହିନା ନିଜ ଭୁଲର ପଶ୍ଚ୍ୟାତାପ୍ କରିବାକୁ ଚାହୁଁଛନ୍ତି । ଶିଳ୍ପା ବିଗବଗ୍ ଜିତିବା ପରେ ପୁଣି ଥରେ ଟିଭିରେ ଏଣ୍ଟ୍ରି କରିବା ପାଇଁ ସୁଯୋଗ ପାଇଛନ୍ତି ।