ରାମ ମନ୍ଦିର ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶୀଥରୁର । କହିଲେ କୌଣସି ହିନ୍ଦୁ କେବେ ଚାହିଁବନି ମସଜିଦ ଭଙ୍ଗାଯାଇ ରାମ ମନ୍ଦିର ତିଆରି ହେଉ

48

କନକ ବ୍ୟୁରୋ : ଦେଶରେ ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ସେହି ପରିମାଣରେ ଉଭୟ ଶାସକ ଓ ବିରୋଧୀ ଦଳ ଗୁଡିକର ନେତା ବିବାଦୀୟ ବୟାନ ଦେବାରେ ଲାଗିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ରାମ ମନ୍ଦିରକୁ ନେଇ କଂଗ୍ରେସର ନେତା ଶଶୀଥରୁର ନିଜ ମନ୍ତବ୍ୟ ଦେଇ କହିଛନ୍ତି ଯେ, କୌଣସି ହିନ୍ଦୁ କେବେ ହେଲେ ଚାହିଁବ ନାହିଁ କି ମୁସଲମାନଙ୍କର ଧର୍ମସ୍ଥଳୀ ମସଜିଦକୁ ଭଙ୍ଗା ଯାଇ ସେହି ସ୍ଥାନରେ ରାମ ମନ୍ଦିର ନିର୍ମାଣ କରାଯାଉ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ନେତା ଶଶୀଥରୁର ଏପରି ବୟାନ ଦେଇଛନ୍ତି । ତେବେ ରାମମନ୍ଦିର ମାମଲା କୋର୍ଟରେ ଥିବା ବେଳେ ଜଣେ ହିନ୍ଦୁ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କର ଏପରି ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶାସକ ଦଳର ନେତା ।

 

ଥରୁରଙ୍କ ଏପରି ମନ୍ତବ୍ୟକୁ କାଉଣ୍ଟର କରି ବିଜେପି ନେତା ସୁବ୍ରମଣିୟମ ସ୍ୱାମୀ କହିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କ ନାମରେ ଚାର୍ଜସିଟ ରହିଛି ଆମେ ମାନେ ତାଙ୍କୁ କଣ ନିଚ ବ୍ୟକ୍ତି ବୋଲି କହିବା ବୋଲି ସ୍ୱାମୀ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ଚେନ୍ନାଇରେ ଚାଲୁଥିବା ଦ ହିନ୍ଦୁ ଲିଟରେଟର ଉତ୍ସବରେ ଥରୁର ରାମ ମନ୍ଦିର ପ୍ରସଙ୍ଗରେ ଏପରି ମନ୍ତବ୍ୟ ଦେଇଥିଲେ ଶଶି ଥରୁର । ଶଶି ଥରୁର କୃଷ୍ଣଗୋପଳ ଗାନ୍ଧୀଙ୍କ ସହିତ ଚର୍ଚ୍ଚାରେ ଏହା କହିଥିଲେ । କୌଣସୀ ବି ହିନ୍ଦୁ ଏହା କେବେ ଚାହିଁବନି କି ଅନ୍ୟର ଧାର୍ମିକ ସ୍ଥଳକୁ ଭାଙ୍ଗି ତାହା ଉପରେ ରାମ ମନ୍ଦିର କରାଯାଉ ବୋଲି । ଥରୁର ଏହି କାର୍ଯ୍ୟକ୍ରମରେ ରାମ ମନ୍ଦିର ବ୍ୟତିତ ଅନ୍ୟ ଘଟଣା ଉପରେ ମଧ୍ୟ ଆଲୋଚନା କରିଥିଲେ ।