୧୨ ଲକ୍ଷର ସୁପାରୀ ନେଇ ସିୱେଜ୍ ମ୍ୟାନେଜରଙ୍କୁ ହତ୍ୟା : ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ଗିରଫ

30

ପାରାଦୀପ : ମହେନ୍ଦ୍ରଙ୍କୁ ମାରିବାକୁ କିଏ ଦେଇଥିଲା ସୁପାରୀ । ସାମ୍ନାକୁ ଆସିଛି ଷ୍ଟିଭେଡରିଂ ବିବାଦ । ଆଉ ସାମ୍ନାକୁ ଆସିଛି ଓଡିଶା ଷ୍ଟିଭେଡରିଂ ଲିମିଟେଡ୍ । ମହେନ୍ଦ୍ରଙ୍କୁ ମାରିବାକୁ ହତ୍ୟାକାରୀଙ୍କୁ ଓଏସଏଲ୍ ୧୨ ଲକ୍ଷ ଟଙ୍କାର ସୁପାରୀ ଦେଇଥିବା ପୁଲିସ୍ ସ୍ପଷ୍ଟ କରିଛି ।

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଓଏସଏଲ୍ ମୁଖ୍ୟ ତଥା ବିଶିଷ୍ଟ କାର୍ଗୋ ବ୍ୟବସାୟୀ ମହିମା ମିଶ୍ରଙ୍କ ପତା ମିଳୁନି । ଏମାନେ ହେଲେ ସୁପାରୀ ଗ୍ୟାଙ୍ଗର ସଦସ୍ୟ ଜାମସେଦପୁରର ସୁପାରୀ କିଲର୍ ରାକେଶ୍ ଚୌବେ , ଝାଡଖଣ୍ଡର ରିଆସତ୍ ହୁସେନ୍ , ମହମ୍ମଦ ସାମିନ୍ ଓ କଟକର ମନୋଜ ଓ ଶିବ ।

ତଥ୍ୟ ଓ ପ୍ରମାଣକୁ ଆଧାର କରି ପୁଲିସ୍ କହିଛି ଓଶସଏଲର ମାଲିକ ତଥା ବିଶିଷ୍ଟ କାର୍ଗୋ ବ୍ୟବସାୟୀ ମହିମାନନ୍ଦ ମିଶ୍ରଙ୍କ ଇସାରାରେ କରାଯାଇଥିଲା ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା । ତେଣୁ ସନ୍ଦେହ କରି ପ୍ରଥମେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି ହୋଇଥିଲା ମହିମା ମିଶ୍ରଙ୍କ ବିରୋଧରେ । ଆଉ ଏବେ ପୁଲିସ୍ ଖୋଜୁଛି ଫେରାର୍ ମହିମା ମିଶ୍ରଙ୍କୁ ।

ଅଭିଯୁକ୍ତଙ୍କ ଠାରୁ ଟଙ୍କା , ବନ୍ଧୁକ, ଗୁଳି ଓ ଗାଡି ଜବତ କରିଛି ପୁଲିସ୍ । ସେପଟେ ତଦନ୍ତ ମାତ୍ର ୪୦ ପ୍ରତିଶତ ଆଗେଇଛି । ତେଣୁ ହତ୍ୟା ପଛର ସତ ପାଖରେ ପଂହଚିବାକୁ ପୁଲିସ୍ ତନାଘନା ଜାରି ରଖିଛି ।