ସମ୍ବଲପୁର : ଚାକିରି ଦେବା ନାଁ’ରେ ଠକେଇ କରିଥିବା ୩ ଅଭିଯୁକ୍ତ ଗିରଫ

26

କନକ ବ୍ୟୁରୋ : ଚାକିରି ଦେବା ନାଁରେ ପୁଣି ଠକେଇ ଅଭିଯୋଗ । ସମ୍ବଲପୁରରେ ଚାକିରି କରାଇ ଦେବା ନାଁରେ ଏକ ଘରୋଇ ସଂସ୍ଥା ବେକାର ଯୁବକ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇଲା ପରେ ଧନୁପାଲି ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ । ସମ୍ବଲପୁରରେ ଚାକିରି କରାଇ ଦେବା ନାଁ’ରେ ବେକାର ଯୁବକ ଯୁବତୀଙ୍କଠାର ଲକ୍ଷାଧିକ ଟଙ୍କା ଲୁଟି ନେଇଛି ଏକ ଘରୋଇ ସଂସ୍ଥା । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଏକ ଘରୋଇ ସଂସ୍ଥା ନାଁରେ । ନିଯୁକ୍ତି ଦେବା ଆଳରେ ଏହି ସଂସ୍ଥା ଠକେଇ କରିଛି ।

ପଶ୍ଚିମ ଓଡିଶାର ୧୩୫ ଜଣ ବେକାର ଯୁବକ ଯୁବତୀ ଠକାମିର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ସମ୍ବଲପୁର ଧନୁପାଲି ପୁଲିସ ନିକଟରେ ଏନେଇ ଅଭିଯୋଗ ହେବା ପରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।

ସମ୍ବଲପୁରର ଭିଏସଏସ୍ ମାର୍ଗଠାରେ ରହିଛି ଏହି ଘରୋଇ ସଂସ୍ଥାର କାର୍ୟ୍ୟାଳୟ । ବିଜ୍ଞାପନ ଜରିଆରେ କମ୍ପାନୀର ୩ଟି ଜିଲ୍ଲା କୋର୍ଡିନେଟର, ବ୍ଲକ କୋର୍ଡିନେଟର, ଏବଂ ଗ୍ରାମାଚଂଳ କୋର୍ଡିନେଟର ପଦବୀରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ନିକଟରୁ ଜଣ ପିଛା ୫,୪୦୦ଟଙ୍କା ଅଗ୍ରୀମ ଆକାରରେ ଆଦାୟ କରିଥିଲା ଏହି କମ୍ପାନୀ, ହେଲେ ୩ମାସ କାମ କଲାପରେ ମଧ୍ୟ ଦରମା ନ’ମିଳିବାରୁ ଯୁବକ ଯୁବତୀମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତିି । କମ୍ପାନୀ ସମ୍ବଲପୁର ସମେତ ୮ଟି ଜିଲ୍ଲାରେ ଏହି ଲୁଟ୍ କରିଥିବା ପୁଲିସ କହିଛିି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗିରଫ ଅଭିଯୁକ୍ତ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :