ଆଜି ବଡଓଷା : ମହାଦେବଙ୍କ ନିକଟରେ ଲାଗି ହେବ ସ୍ୱତନ୍ତ୍ର ଗଜପିଠା

ମହାଦେବଙ୍କ ନିକଟରେ ସ୍ୱତନ୍ତ୍ର ଭୋଗ ଲାଗି ହୁଏ

304

କନକ ବ୍ୟୁରୋ: ଆଜି ବଡଓଷା । ଆଜି କାର୍ତ୍ତିକ ମାସ ତ୍ରୟୋଦଶ ତିଥି । ଓଡିଶାର ସମସ୍ତ ଶୈବପୀଠରେ ଆଜି ଏହି ଓଷା ପାଳନ କରାଯାଏ । ଏହି ଦିନରେ ମହାଦେବଙ୍କ ନିକଟରେ ସ୍ୱତନ୍ତ୍ର ଭୋଗ ଲାଗି ହୁଏ । ଏହାକୁ ଗଜ ଭୋଗ କୁହାଯାଏ । ଅରୁଆ ଚାଉଳ ଚୂନା ପ୍ରସ୍ତୁତ ଖଳି, ନଡିଆ, ଗୁଡ, ଗୁଜରାତି ଆଦିରେ ଏହା ପ୍ରସ୍ତୁତ କରି ଭୋଗ କରାଯାଏ । ଭୋଗ ଲଗାଯିବା ପରେ ବ୍ରତଧାରୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ଖାଆନ୍ତି ।

 

ବଡ ଓଷାର ମହିମା ସମ୍ପର୍କରେ ପୁରାଣରେ ବର୍ଣ୍ଣିତ ହୋଇଛି । ବଡ ଓଷା ପାଇଁ ଚଳଚଂଚଳ ହୋଇପଡିଛି ବିଭିନ୍ନ ଶୈବ ପୀଠ । ମହାନଦୀ ଭିତରେ ଏକ ଟାପୁରେ ଥିବା ଧବଳେଶ୍ୱର ପୀଠରେ ଏହି ଓଷା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ବଡ ଓଷା ପାଇଁ ଧବଳେଶ୍ୱରପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସେହିପରି ରାଜ୍ୟର ଅନ୍ୟ ଶୈବପୀଠ ଗୁଡିକରେ ମଧ୍ୟ ବଡଓଷା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।