ସିସୋର ଚିଟଫଣ୍ଡ ଠକେଇ ମାମଲା : ସିବିଆଇରେ ହାଜର ହୋଇପାରନ୍ତି ବିଜେଡି ସାଂସଦ ରବୀନ୍ଦ୍ର ଜେନା

25

କନକ ବ୍ୟୁରୋ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆଜି ସିବିଆଇ ନିକଟରେ ହାଜର ହୋଇପାରନ୍ତି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା । ଆଜି ହାଜର ପାଇଁ ସାଂସଦ ରବୀନ୍ଦ୍ର ଜେନାଙ୍କୁ ନୋଟିସ କରିଥିଲା ସିିବିଆଇ । ପୂର୍ବରୁ ମଧ୍ୟ ଏକାଧିକ ଥର ସିବିଆଇରେ ହାଜର ହୋଇଛନ୍ତି ସାଂସଦ ରବୀନ୍ଦ୍ର ଜେନା ।

ସିସୋର ସଂସ୍ଥା ଠାରୁ ଟଙ୍କା କାରବାର ନେଇ ସାଂସଦଙ୍କୁ ବାରମ୍ବାର ସିବିଆଇରେ ହାଜର ହେବା ପାଇଁ ପଡିଛି । ସିସୋର ଠାରୁ ୧୮ କୋଟି ଟଙ୍କାର ଋଣ ନେଇ ଚିଟଫଣ୍ଡ ମହାଠେକଇ ମାମଲା ଭିତରକୁ ଟାଣି ହୋଇଛନ୍ତି ବିଜେଡି ସାଂସଦ ରବୀନ୍ଦ୍ର ଜେନା । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :